ବିମାନରେ ଛୋଟ ଛୁଆଙ୍କ ଆଗରେ ହେଲା ଅଶ୍ଳୀଳ ଫିଲ୍ମର ଶୁଟିଂ, ଲୋକେ ହୋଇଗଲେ ସ୍ତବ୍ଧ

ବ୍ରିଟେନ୍‌ର ଏକ ବିମାନରେ ଅଶ୍ଳୀଳ ଫିଲ୍ମ ଶୁଟିଂ ହେବା ଘଟଣା ସାମ୍ନାକୁ ଆସିଛି। ଏକ ଗଣମାଧ୍ୟମର ଖବର ମୁତାବକ, କିଛି ଅଭିନେତ୍ରୀ ଷ୍ଟାଫ୍‌ମାନଙ୍କୁ ଧୋକା ଦେଇ ମିଡ୍‌ଲ୍ୟାଣ୍ଡ ଏୟାର୍‌ ମ୍ୟୁଜିୟମ୍‌ରେ ରଖାଯାଇଥିବା ଏକ ବିମାନ ଭିତରେ ଛୋଟ ପିଲା ଏବଂ ଲୋକଙ୍କ ସାମ୍ନାରେ ଫିଲ୍ମ ଶୁଟିଂ କରିଥିଲେ। ଷ୍ଟାଫ୍‌ମାନଙ୍କ କହିବା ହେଲା, ଲୋକମାନେ ପ୍ଲେନ୍‌ ଭଡ଼ା ବାବଦକୁ ପାଖାପାଖି ୯୦୦୦ ଟଙ୍କା ଦେଇଥିଲେ, କିନ୍ତୁ ସେଠି ଅଶ୍ଳୀଳ ଭିଡିଓ ବନାଇବା ନେଇ କୌଣସି ସୂଚନା ଦିଆଯାଇ ନ ଥିଲା।

ଏହାସହ ପଢ଼ନ୍ତୁ: ଚିତାକୁ ଗିଳିବାକୁ ଚେଷ୍ଟା କରୁଛି ଅଜଗର, ଭିଡିଓ ଦେଖିଲେ ଆପଣଙ୍କ ଟାଙ୍କୁରି ଉଠିବ ଲୋମ

ମିଡ୍‌ଲ୍ୟାଣ୍ଡ ଏୟାର୍‌ ମ୍ୟୁଜିୟମ୍‌ରେ ଅଶ୍ଳୀଳ ଭିଡିଓ ଶୁଟିଂକୁ ନେଇ ଲୋକେ ଭୀଷଣ ରାଗିଯାଇଥିଲେ। ସାଧାରଣ ଲୋକେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ। ସୂଚନାଥାଉ କି, ଯେଉଁ ପ୍ଲେନ୍‌ରେ ଅଶ୍ଳୀଳ ଭିଡିଓ ଶୁଟିଂ କରାଯାଇଥିଲା, ତାହା ପୂର୍ବରୁ ଏୟାର୍‌ ଫ୍ରାନ୍ସର ବିମାନ ଥିଲା। ଏହାକୁ ଦେଖିବା ଏବଂ ଭିତରେ ବୁଲିବା ପାଇଁ ଅନେକ ପରିବାର ନିଜ ପିଲାମାନଙ୍କୁ ଧରି ଏଠାକୁ ଆସିଥାଆନ୍ତି।

121

ତେବେ ବିମାନ ଭିତରେ ଶୁଟିଂ ପାଇଁ ପୂର୍ବରୁ ଅଭିନେତ୍ରୀ/ଅଭିନେତାମାନେ ପାଇଲଟ୍‌ ଏବଂ ଏୟାର୍‌ ହୋଷ୍ଟେସ୍‌ଙ୍କ ଭଳି ଡ୍ରେସ୍‌ରେ ଆସିଥିଲେ। ଏହାପରେ ସେମାନେ ଷ୍ଟାଫ୍‌ମାନଙ୍କୁ ବୋକା ବନାଇଥିଲେ। ପ୍ରକୃତରେ ସେମାନେ ପ୍ଲେନ୍‌ରେ ଏକ ସୁଇମ୍‌େଓ୍ଵୟାର୍‌ ଶୁଟ୍‌ କରିବାକୁ ଯାଇଥିଲେ। କିନ୍ତୁ ସେମାନେ ସେଠାକୁ ଯାଇ ଅଶ୍ଳୀଳ ଫିଲ୍ମ ଶୁଟିଂ କରିବାକୁ ଲାଗିଲେ।

ଏହାସହ ପଢ଼ନ୍ତୁ: ପାଳିତ କୁକୁରକୁ ବୁଲାଇବାକୁ ନେଇଥିଲେ ଗର୍ଭବତୀ ମହିଳା, ଜଙ୍ଗଲୀ କୁକୁରଙ୍କ ଆକ୍ରମଣରେ ଚାଲିଗଲା ଜୀବନ

ମ୍ୟୁଜିୟମ୍‌ ଅଧିକାରୀଙ୍କ କହିବା ହେଲା, ତାଙ୍କୁ ଯଦି ପୂର୍ବରୁ ଏ ବିଷୟରେ ଜଣାପଡ଼ି ଥାଆନ୍ତା, ତା’ହେଲେ ସେ ଏହାକୁ ତୁରନ୍ତ ରୋକିଦେଇଥାଆନ୍ତେ। କିନ୍ତୁ ତାଙ୍କୁ ଅନ୍ଧାର ଭିତରେ ରଖାଗଲା। ସେ କୁହନ୍ତି, ଏଠାକୁ ସବୁବେଳେ ଲୋକେ ଡ୍ରେସ୍‌ଅପ୍‌ ହୋଇ ଆସନ୍ତି ଏବଂ ପ୍ଲେନ୍‌ ଭିତରେ ଫଟୋଶୁଟ୍‌ ଓ ଆକ୍ଟ କରନ୍ତି। ଆକ୍ଟରମାନେ ମଧ୍ୟ ପାଇଲଟ୍‌ ଏବଂ ଏୟାର୍‌ ହୋଷ୍ଟେସ୍‌ଙ୍କ ଭଳି ଡ୍ରେସ୍‌ ପିନ୍ଧିଥିଲେ। ତେଣୁ କାହାକୁ ସନ୍ଦେହ ହୋଇ ନ ଥିଲା। ଯେଉଁ ପ୍ଳେନ୍‌ରେ ଅଶ୍ଳୀଳ ଫିଲ୍ମ ବନାଯାଇଥିଲା, ତାହାକୁ ୧୯୫୦ ଦଶକରେ ଚାର୍ଟର ହଲିଡେ ପାଇଁ ବ୍ୟବହାର କରାଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.