ଯେତେବେଳେ ଫ୍ୟାସନ୍ ସୋ’ରେ ପଶି ଆସିଲା ବିଲେଇ . . . ଆଉ ତାପର ଘଟଣା ହୋଇଗଲା ଭିଡିଓ

ଫ୍ୟାସନ୍ ସୋ’ରେ ଅଜବ ଡ୍ରେସ୍ ପିନ୍ଧି ରାମ୍ପ୍ କରୁଥିବା ମଡେଲମାନଙ୍କୁ ଦେଖିଥିବେ ଆପଣ । କିନ୍ତୁ ଆଜି ଆମେ ଏମିତି ଏକ ରାମ୍ପ ୱାକ୍ ବିଷୟରେ କହିବୁ ଯାହା ଶୁଣିଲେ ଅଟକାଇପାରିବେନି ହସ । ତୁର୍କୀର ଏହି ଫ୍ୟାସନ୍ ସୋ ରେ ଉପସ୍ଥିତ ସମସ୍ତ ଦର୍ଶକ ମଧ୍ୟ ହସି ହସି ନେଇଥିଲେ ମଜା ଯେତେବେଳେ ସୋରେ ଅସଲ କ୍ୟାଟୱାକ୍ ହୋଇଗଲା । ଅର୍ଥାତ୍ ମଡେଲ୍ ମାନଙ୍କ ମଧ୍ୟକୁ ପଶିଆସିଥିଲା ଗୋଟିଏ ବିଲେଇ ଆଉ ଆରମ୍ଭ କରିଥିଲା କ୍ୟାଟୱାକ୍ ।
ଏହି ଘଟଣାଟି ଇସ୍ତାନବୁଲରେ ଚାଲିଥିବା ଏସମଣ୍ଡ ଇଣ୍ଟରନ୍ୟାସନାଲ୍ ଫ୍ୟାସନ୍ ସୋ ମଧ୍ୟରେ ହୋଇଥିଲା । ତେବେ ବିଲେଇଟିକୁ ସୋ ରେ ହଠାତ୍ ଦେଖି ଚମକି ପଡିଥିଲେ ମଡେଲ୍ ମାନେ । ଏବଂ ଏହା ପରେ ନିଜ ହସ ଅଟକାଇପାରିନଥିଲେ । ତେବେ ଫ୍ୟାସନ ସୋରେ ବିଲେଇଟି ନିଜର ଅଲଗା ଅନ୍ଦାଜରେ ରାମ୍ପ କରିଥିଲା । କିଛି ସମୟ କ୍ୟାଟ୍ ୱାକ୍ କରିବା ପରେ ମଝିରେ ମଝିରେ ମଡେଲଙ୍କ ଉପରକୁ ମଧ୍ୟ ଡେଉଁଥିଲା । ଯାହାର ଭରପୁର ଆନନ୍ଦ ଉଠାଇଥିଲେ ଉପସ୍ଥିତ ଦର୍ଶକ । ତେବେ ସେମାନଙ୍କ୍ ମଧ୍ୟରୁ କେହି ଏହାର ଭିଡିଓ କରି ପୋଷ୍ଟ କରିଦେଇଥିଲେ । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି ।
ଆପଣ ବି ଦେଖନ୍ତୁ ବିଲେଇର କ୍ୟାଟୱାକ୍
They don’t call it a catwalk for nothing pic.twitter.com/oEVWJHKRde
— Melissa Stetten (@MelissaStetten) October 27, 2018