ବିହାରରେ ‘ଫ୍ଲୋର୍‌ ଟେଷ୍ଟ୍‌’ ପୂର୍ବରୁ ଆରଜେଡି ନେତାଙ୍କ ଘରେ CBI ଓ ED ରେଡ୍, ଚାକିରି ବଦଳରେ ଜମି ଦୁର୍ନୀତିରେ ହୋଇଥିଲା ଘୋଟାଲା

ନୂଆଦିଲ୍ଲୀ : କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ଏବଂ ଇଡି ବିହାର ଏବଂ ଝାଡଖଣ୍ଡରେ ଚଢାଉ କରିଛନ୍ତି। । କୁହାଯାଉଛି ଯେ ଚାକିରି ବଦଳରେ ଜମି ସଂପର୍କରେ ସିବିଆଇ ଓ ED ପକ୍ଷରୁ‘ସିବିଆଇ’ ‘ଆର୍‌ଜେଡି’ ନେତା ଅଶ୍‌ଫକ୍‌ କରିମ୍‌ ଏବଂ ସୁନୀଲ ସିଂହଙ୍କ ଘରେ ଚଢ଼ାଉ କରିଛି। ଏହା ବ୍ୟତୀତ ଝାଡଖଣ୍ଡର ରାଞ୍ଚିରେ ବେଆଇନ ଖଣି ଖନନ ଓ ଚୋରା ଚାଲାଣ ମାମଲାରେ ଚଢାଉ କରାଯାଇଛି। ପ୍ରେମ ପ୍ରକାଶ ସହ ଜଡିତ ସ୍ଥାନଗୁଡିକରେ ଏହି ଚଢ଼ାଉ କରା ଯାଉଥିବାର କୁହାଯାଉଛି ‘ଆର୍‌ଜେଡି’ ସୁପ୍ରିମ‌ୋ ଲାଲୁ ପ୍ରସାଦଙ୍କ ଶାସନ ଅମଳରେ ଉପ‌ରୋକ୍ତ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା।

ମଙ୍ଗଳବାର ରାତିରେ ଆରଜେଡି ମୁଖପାତ୍ର ଟ୍ୱିଟ କରି କହିଥିଲେ ଯେ ବିହାରରେ କ୍ଷମତା ହରାଇଥିବାରୁ ବିଜେପି ସିବିଆଇ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସିମାନେ ଚଢାଉ ପାଇଁ ପ୍ରସ୍ତୁତ ହେଉଛନ୍ତି। ସିବିଆଇ ଦ୍ୱାରା ପଞ୍ଜୀକୃତ ଏହି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ଓ ଝିଅଙ୍କ ନାମ ରହିଛି। UPA-1 ସରକାରରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟର ଏହି ଘୋଟାଲା ହୋଇଥିଲା।

ସୂଚନା ଥାଉକି, ନୀତୀଶ ସରକାର ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ । ଏହା ପୂର୍ବରୁ ଏପରି ହେବା ରାଜନୀତିକୁ ଅଧିକ ତୀବ୍ର କରିଦେଇଛି । ସେପଟେ ଆରଜେଡି ଏମଏଲସି ସୁନୀଲ ସିଂ କହିଛନ୍ତି ଯେ ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଉଛି । ଏହାର କୌଣସି ଅର୍ଥ ନାହିଁ । ସେମାନେ ଭୟଭୀତ ହୋଇ ଅନୁସନ୍ଧାନକାରୀ ଏଜେନ୍ସି ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ, ଇଡି ମଧ୍ୟ ସକ୍ରିୟ ହୋଇପାରିଛି । ED ଝାଡଖଣ୍ଡ, ତାମିଲନାଡୁ, ବିହାର ଏବଂ ଦିଲ୍ଲୀର ୧୭ଟି ସ୍ଥାନରେ ଇଡି ଚଢାଉ କରିଛି । ଏହା କୁହାଯାଉଛି ଯେ ବେଆଇନ ଖଣି ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି ।

ଆର୍‌ଜେଡି ଆର୍‌ଏସ୍‌’ ସାଂସଦ ମନୋଜ ଝା’ ମଧ୍ୟ କହିଛନ୍ତି, ‘ଇଡି’ ହେଉ କି, ‘ଆଇଟି’ ଅଥବା ‘ସିବିଆଇ’ ଚଢ଼ାଉ ହେଉ, ତାହା ‘ବିଜେପି’ର ଚଢ଼ାଉ ବୋଲି କିଏ ନ ଜାଣେ। ସେମାନେ (କେନ୍ଦ୍ରୀୟ ଏଜେନ୍‌ସି) ଏବେ ‘ବିଜେପି’ ଅଧୀନରେ କାର୍ଯ୍ୟ କରୁଛନ୍ତି। ‘ବିଜେପି’ ନିର୍ଦେଶରେ ତାଙ୍କ ଅଫିସ୍‌ ପରିଚାଳିତ ହେଉଛି। ଆଜି ବିହାର ବିଧାନସଭାରେ ‘ଫ୍ଲୋର୍‌ ଟେଷ୍ଟ୍‌’ ଥିବା ବେଳେ ଏଠାରେ କ’ଣ ଚାଲିଛି। ଏମିତି ହେବ ବୋଲି ଜଣାପଡୁଥିଲା।

 

Leave A Reply

Your email address will not be published.