ସିବିଆଇ କବଜାରେ ବାବା ଦାତି ମହାରାଜ

ନୂଆଦିଲ୍ଲୀ : ଗିରଫ ହେଲେ ଆତ୍ମଘୋଷିତ ବାବା ଦାତି ମହାରାଜ । ଏଥର ତାଙ୍କ କବଜାକୁ ନେଇଛି ସିବିଆଇ । ତାଙ୍କ ଆଶ୍ରମର ଜଣେ ଅନ୍ତେବାସୀଙ୍କ ସହ ଦୁଷ୍କର୍ମ ଏବଂ ଅପ୍ରାକୃତିକ ଯୌନକ୍ରିୟା କରିଥିବା ଅଭିଯୋଗରେ ଦାତିଙ୍କୁ ସିବିଆଇ ଆଜି ଗିରଫ କରିଛି । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦାତିଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମାମଲାକୁ ସିବିଆଇ ତଦନ୍ତ କରୁଛି । ଗତ ଜୁନ୍ ୨୨ ତାରିଖରେ ତାଙ୍କ ବିରୋଧରେ ଦକ୍ଷିଣ ଦିଲ୍ଲୀର ଫତେପୁର ବେରି ଥାନାରେ ମାମଲା ରୁଜୁ ହୋଇଥିଲା । ଅବଶ୍ୟ ବାବା ଦାତି ମହାରାଜ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ଦିଲ୍ଲୀ ପୋଲିସର ତଦନ୍ତ ଉପରେ ସନ୍ଦେହ ହେବା ପରେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି । ତେଣୁ ଏବେ ବାବା ଆଉ ବର୍ତ୍ତିବେନି ବୋଲି ଆଲୋଚନା ହେଉଛି ।