ଆପ୍ ଉପରେ ବିଦେଶୀ ଚାନ୍ଦାକୁ ନେଇ ଅଭିଯୋଗ, ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ

ଆପର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ବାସଭବନରେ ସିବିଆଇର ଚଢାଉ । ବିଦେଶୀ ପାଣ୍ଠି ନିୟମ ଉଲ୍ଲଂଘନ ଅଭିଯୋଗରେ ଚଢାଉ ଜାରି ରହିଛି । ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପାଠକଙ୍କୁ ଦଳର ଗୁଜରାଟ ସହ-ପ୍ରଭାରୀ ନିଯୁକ୍ତ କରାଯିବାର କିଛି ଦିନ ପରେ କେନ୍ଦ୍ରୀୟ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସିବିଆଇ FIR କଥିତ ଉଲ୍ଲଂଘନ ମାମଲାରେ ଏକ ମାମଲା ପଞ୍ଜିକୃତ କରିଛି । ସିବିଆଇ ଦ୍ୱାରା ଦାୟର କରାଯାଇଥିବା ଏକ ଏଫଆଇଆରରେ ଉଲ୍ଲେଖ କରାଯାଇଛି ଯେ, ବିଦେଶରେ ରହୁଥିବା ୧୫୫ ଜଣ ଲୋକ ୫୫ଟି ପାସପୋର୍ଟ ନମ୍ବର ବ୍ୟବହାର କରି ୪୦୪ ଥର ଆପକୁ ୧.୦୨ କୋଟି ଟଙ୍କାର ଦାନ ଦେଇଛନ୍ତି ।
ଆପ ଦାବି କରିଛି ଯେ, ବିଦେଶରେ ରହୁଥିବା ୨୦୧ ଜଣ ବ୍ୟକ୍ତି ୬୩୯ ଥର ୫୧ଟି ଇମେଲ୍ ଆଇଡି ବ୍ୟବହାର କରି ୨.୬୫ କୋଟି ଟଙ୍କା ଦାନ କରିଛନ୍ତି । ଦଳ ଅଭିଯୋଗ କରିଛି ଯେ, ଗୁଜରାଟରେ ଆପର ବୃଦ୍ଧିକୁ ନେଇ ବିଜେପି ଭୟଭୀତ ହୋଇଥିବାରୁ ଏହି ଚଢାଉ କରାଯାଉଛି, ଯେଉଁଠାରେ ବିଜେପି ୨୦୨୨ ନିର୍ବାଚନରେ ପାଞ୍ଚଟି ଆସନ ଜିତିଥିଲା ।
ଆପ୍ ନେତା ସଂଜୟ ସିଂ କହିଛନ୍ତି, ଗୁଜରାଟରେ ବିଜେପିର ଅବସ୍ଥା ବହୁତ ଖରାପ ରହିଛି । ଗୁଜରାଟ ଲୋକ ଆପ୍ ଉପରେ ବିଶ୍ବାସ କରନ୍ତି । କିନ୍ତୁ ମୋଦିଜୀ ଗୁଜରାଟ ପରାଜୟ ସମ୍ଭାବନା ଦେଖି ଦୁର୍ଗେଶଙ୍କୁ ଭୟଭୀତ କରିବା ପାଇଁ ସିବିଆଇକୁ ପଠାଇଛନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ଆପକୁ ଡରାଇପାରିବେ ନାହିଁ । ଆପ୍ ସବୁବେଳେ ଦୁର୍ଗେଶ ପାଠକ ଏବଂ ତାଙ୍କ ପରିବାର ସହିତ ରହିଛି ।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଅତିଶୀ ଦାବି କରିଛନ୍ତି ଯେ, ସିବିଆଇ ଚଢାଉ ବିଜେପି ପାଇଁ ହତାଶାର ସଙ୍କେତ। ଗୁଜରାଟରେ, କେବଳ ଆପ ବିଜେପିକୁ ଚ୍ୟାଲେଞ୍ଜ କରିପାରିବ ଏବଂ ଏହି ଚଢାଉ ସେମାନଙ୍କର ହତାଶାକୁ ଦର୍ଶାଉଛି !
ଦୁର୍ଗେଶ ପାଠକ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା । ଗତ ବିଧାନସଭାରେ ଦିଲ୍ଲୀରୁ ବିଧାୟକ ରହିସାରିଛନ୍ତି । ଆମ ଆଦମୀ ପାର୍ଟି ତାଙ୍କୁ ୨୦୭ରେ ହେବାକୁ ଥିବା ଥିବା ନିର୍ବାଚନ ପାଇଁ ସହପ୍ରଭାରୀ ଦାୟିତ୍ବ ଦେଇଛି ।
Also Read : ଅଖିଳେଶ ଯାଦବଙ୍କ ପାଇଁ NSG ସୁରକ୍ଷା ଦାବି କରି ଅମିତ ଶାହଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି