ବଢ଼ିଲା ଲାଲୁଙ୍କ ଅଡୁଆ, ଦିଲ୍ଲୀ ଓ ବିହାରର ୧୭ଟି ସ୍ଥାନରେ ସିବିଆଇର ରେଡ୍

ନୂଆଦିଲ୍ଲୀ : ବଢ଼ିଲା ଲାଲୁଙ୍କ ଅଡୁଆ । ନୂଆ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଦିଲ୍ଲୀ ଓ ବିହାରର ୧୭ଟି ସ୍ଥାନରେ ଆଜି ରେଡ୍ କରିଛି ସିବିଆଇ । ଲାଲୁଙ୍କ ସହ ତାଙ୍କ ଝିଅ ମିଶା ଭାରତୀଙ୍କ ନାଁରେ ମଧ୍ୟ ସମାନ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ବେଳେ ନିଯୁକ୍ତିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ୨୦୦୪ରୁ ୨୦୦୯ ମଧ୍ୟରେ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଛି । ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିଯୁକ୍ତି ପାଇଁ ଜମି ଲାଞ୍ଚ ଆକାରରେ ଦିଆଯାଇଥିବା ଘଟଣାରେ ଲାଲୁ ଓ ତାଙ୍କ ଝିଅ ମିଶା ଭାରତୀଙ୍କ ନାଁରେ ଏଫଆଇଆର ହୋଇଛି ।

ମାମଲାକୁ ଆଧାର କରି ଆଜି ପାଟନାର ଏକାଧିକ ସ୍ଥାନ ସହ ଗୋପାଳଗଞ୍ଜ ଓ ଦିଲ୍ଲୀରେ ରେଡ୍ ହୋଇଛି । ଲାଲୁ ଯାଦବ, ତାଙ୍କ ପତ୍ନୀ ରାବ୍ରୀ ଦେବୀ ଓ ଝିଅ ମିଶା ଭାରତୀଙ୍କ ମୋଟ ୧୭ଟି ସ୍ଥାନରେ ଏକକାଳୀନ ରେଡ ହୋଇଛି। ଅନ୍ୟପଟେ ରେଡ୍କୁ ଆରଜେଡି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା।

Leave A Reply

Your email address will not be published.