କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଅଭିଯୁକ୍ତ ସଞ୍ଜୟ ରୟଙ୍କ ବାଇକ ଜବତ କରିଛି ସିବିଆଇ । ଏହି ବାଇକରେ ବସି ଅଭିଯୁକ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ କାଣ୍ଡ ଘଟାଇବା ପରେ ଏଥିରେ ଫେରିଥିଲେ ।
ଅଭିଯୁକ୍ତଙ୍କ ବାଇକ ଜବତ ହେବା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜବତ ବାଇକରେ ‘କେପି’ ଲେଖାଯାଇଛି, ଯାହାର ଅର୍ଥ କୋଲକାତା ପୋଲିସ । ଅଭିଯୁକ୍ତ ସଞ୍ଜୟ ନିଜକୁ ଜଣେ ପୋଲିସବାଲା କହି ଚକମା ଦେଖାଉଥିଲେ ।
ଅଗଷ୍ଟ ୮ ତାରିଖ ରାତି ପ୍ରାୟ ୧୧ଟାରେ ଅଭିଯୁକ୍ତ ଏହି ବାଇକ ବ୍ୟବହାର କରି ଆରଜି କର ମେଡିକାଲ କଲେଜରେ ପହଞ୍ଚିଥିଲେ । ଏହାପରେ ବିଳମ୍ବିତ ରାତିରେ ସେ ବାହାରକୁ ବାହାରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କଲା ବେଳେ ଆଖପାଖର ସିସିଟିଭି ଫୁଟେଜ୍ ପାଇଥିଲା । ଏଥିରୁ ଜଣାପଡିଥିଲା କି, ଅଭିଯୁକ୍ତ କେଉଁଆଡେ ଯାଇଥିଲେ ।
ଏହି ବାଇକରେ କୋଲକାତା ପୋଲିସର ଷ୍ଟିକର ମଧ୍ୟ ଲାଗିଛି । ଜବତ ବାଇକକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଯିବ ।