ଦିଲ୍ଲୀ କୋଚିଂ ଦୁର୍ଘଟଣାର ତଦନ୍ତ କରିବ ସିବିଆଇ: ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର କୋଚିଂ ଦୁର୍ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି । ସିବିଆଇକୁ ତଦନ୍ତ ଭାର ଦେବାକୁ ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଦୀର୍ଘ ଶୁଣାଣି ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ହାଇକୋର୍ଟ ଏହି ମାମଲାରେ ଏମ୍‌ସିଡି ଏବଂ ଦିଲ୍ଲୀ ପୋଲିସକୁ କଡ଼ା ଟିପ୍ପଣୀ କରିଛନ୍ତି ।

ଦିଲ୍ଲୀ ପୋଲିସକୁ କୋର୍ଟ ପ୍ରଶ୍ନ କରିଛନ୍ତି ଯେ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ କାହିଁକି ଗିରଫ କରାଯାଇଛି ? ପୋଲିସ କ୍ଷମା ମାଗିବା ଉଚିତ୍ । ପୋଲିସକୁ ସେତେବେଳେ ଇଜ୍ଜତ ମିଳିଥାଏ, ଯେତେବେଳେ ସେ ଅପରାଧୀଙ୍କୁ ଧରିଥାଏ । ନିର୍ଦ୍ଦୋଷଙ୍କ ବିରୋଧରେ କୌଣସି ବି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ନାହିଁ । ଯଦି ଆପଣ ନିର୍ଦ୍ଦୋଷଙ୍କୁ ଧରି ଦୋଷୀଙ୍କୁ ଛାଡ଼ିଦେବେ, ତେବେ ଏହା ଅତ୍ୟନ୍ତ ଖରାପ ସ୍ଥିତି ହେବ ।

ହାଇକୋର୍ଟରେ ଦିଲ୍ଲୀ ଏମ୍‌ସିଡି କମିଶନର ଏବଂ ଡିସିପି ହାଜର ହୋଇଥିଲେ । ଏମ୍‌ସିଡି କମିଶନର କହିଥିଲେ ଯେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆମେ ଡ୍ରେନଗୁଡ଼ିକୁ ମଧ୍ୟ ସଫା କରିଛୁ । ଏହା ଉପରେ ହାଇକୋର୍ଟ ପଚାରିଥିଲେ, ଆପଣ ଗ୍ରାଉଣ୍ଡକୁ ଯାଇ ଯାଞ୍ଚ କରିଛନ୍ତି କି ? ସମସ୍ତ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ରାଜେନ୍ଦ୍ର ନଗର କୋଚିଂ ଦୁର୍ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

You might also like