ନୂଆଦିଲ୍ଲୀ : ସୁପ୍ରିମକୋର୍ଟରୁ CBI ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କୁ ଝଟକା ।ନାଗେଶ୍ୱର ରାଓଙ୍କୁ ଲକ୍ଷେ ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଦାଲତ ଅବମାନନା ଅଭିଯୋଗରେ ସୁପ୍ରିମକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଭତ୍ସନା କରିଛନ୍ତି । ଏପରକି ଆଜିର କୋର୍ଟ କାର୍ୟ୍ୟ ଶେଷ ହେବା ପର୍ୟ୍ୟନ୍ତ କୋର୍ଟର ଗୋଟିଏ କୋଣରେ ବସିବାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଥିବା ବେଳେ ନାଗେଶ୍ୱର ବିହାର ସେଲଟର ହୋମ ଯୌନ ଉତ୍ପୀଡନ ମାମଲାରେ ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏକେ ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିନା ବଦଳି କରିଥିଲେ । ଏହା ପୂର୍ବରୁ ନାଗେଶ୍ୱର ରାଓ ସତ୍ୟପାଠ ଜରିଆରେ କ୍ଷମା ନିବେଦନ କରିଥିଲେ ।