ନ୍ୟୁୟର୍କ : ଅଭିନେତାଙ୍କ ଅଶ୍ଳୀର କାରନାମା ଭାରି ମହଙ୍ଗା ପଡ଼ିଛି ଆମେରିକାର ଏକ ଟେଲିଭିଜନ୍ ନେଟ୍ଓ୍ଵାର୍କକୁ । ଜଣାଣୁଣା ଟେଲିଭିଜନ୍ ନେଟ୍ଓ୍ଵାର୍କ ସିବିଏସ୍ ତାର ଧାରାବାହିକ ‘ବୁଲ୍’ରେ ଅଭିନୟ କରିଥିବ ଏଲିଜା ଡୁସକୁଙ୍କୁ ୯.୫ ନିୟୁତ ଡଲାର ବା ୬୮ କୋଟି ୩୨ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ । ଏଲିଜା ସେହି ଧାରାବାହିକର ମୁଖ୍ୟ ଅଭିନେତା ମାଇକେଲ୍ େଓ୍ଵଦରଲୀ ଏବଂ ପୂରା ୟୁନିଟ୍ ବିରୋଧରେ ଅଶ୍ଳୀଳ ଇଂଗିତ ଏବଂ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହା ପରେ ତାଙ୍କୁ ଧାରାବାହିକରୁ ବାହାର କରି ଦିଆଯାଇଥିଲା । ତେବେ ଏହା ବିରୋଧରେ ଏଲିଜା ଅଭିଯୋଗ ଆଣି ଆଇନ୍ର ଆଶ୍ରୟ ନେବା ପରେ ହରଡ଼ଘଣାରେ ପଡ଼ିଥିଲା ସିବିଏସ୍ ।
େଓ୍ଵଦରଲୀ ଅବଶ୍ୟ ଏଲିଜାଙ୍କୁ ସମାଲୋଚନା କରିଥିବା କଥା ସ୍ୱୀକାର କରିଥିଲେ ମଧ୍ୟ ସେ ସବୁ ଅଶ୍ଳୀଳ ନଥିଲା ବୋଲି କହିଛନ୍ତି । ତେବେ ଏଲିଜା କହିଛନ୍ତି, ସେ ମୋତେ ବାରମ୍ବାର ଖରାପ ବ୍ୟବହାର କରିଥିଲେ ଓ ମୁଁ ତାଙ୍କ ସହ ଏ ନେଇ ଆଲୋଚନା କରିବା ପରେ ମଧ୍ୟ ଏସବୁ ବନ୍ଦ ହୋଇ ନଥିଲା । ଶେଷରେ ମୋତେ ବାଧ୍ୟ ହୋଇ ଆଇନ୍ର ଆଶ୍ରୟ ନେବାକୁ ପଡ଼ିଲା । ଘଟଣା ଭିନ୍ନ ମୋଡ଼ ନେବା ପରେ ସିବିଏସ୍ ଏଲିଜାଙ୍କ ସହ ଆଲୋଚନା କରି ୬୮ କୋଟି ୩୨ ଲକ୍ଷ ୪୦ ହଜାର ଟଙ୍କା ଦେଇଛି । ଏଲିଜାଙ୍କ ସହ ‘ବୁଲ୍’ ଧାରାବାହିକ ପାଇଁ ଯେତେଦିନ ଯାଏ ଚୁକ୍ତି ହୋଇଥିଲା ସେହି ଅନୁସାରେ ତାଙ୍କୁ ପାରିଶ୍ରମିକ ଦିଆଯାଇଥିବା ସିବିଏସ୍ କର୍ତ୍ତୃପକ୍ଷ କହିଛନ୍ତି ।
ଗତ ସେପଟେମ୍ବର ମାସରେ ସଂସ୍ଥାର ଷ୍ଟାର୍ ହୋଷ୍ଟ ଚାର୍ଲି ରୋଜଙ୍କ ନାଁରେ ପ୍ରାୟ ୮ ଜଣ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ତାଙ୍କୁ ବହିଷ୍କାର କରାଯାଇଥିଲା । ଏଭଳି କୁକାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ଏବଂ ଏଲିଜାଙ୍କ କ୍ଷେତ୍ରରେ ଆମେ ଦୃଷ୍ଟାନ୍ତମୂଳକ ଭାବେ ତାହା ଦେଖାଇ ଦେଇଛୁ ବୋଲି ସିବିଏସ୍ ନେଟ୍ଓ୍ଵାର୍କର ଉଚ୍ଚ ଅଧିକାରୀ କହିଛନ୍ତି ।
ଅବଶ୍ୟ ବାହାରେ ଯାହା ଆଲୋଚନା ହେଉଛି ସେଥିରୁ ଜଣାପଡ଼ିଛି ଯେ ପରଦା ପଛରେ ମହିଳା ଅଭିନେତ୍ରୀଙ୍କୁ ଯାହା ବି ବ୍ୟବହାର କରାଗଲେ ଷ୍ଟାର୍ ଅଭିନେତାଙ୍କର କିଛି ହେବ ନାହିଁ । କାରଣ େଓ୍ଵଦରଲୀଙ୍କ ପାଇଁ ସିବିଏସ୍ ଏହି ଅର୍ଥ ଭରଣା କରିଥିବା ବେଳେ ଏଲିଜାଙ୍କୁ ବଦଳାଇ ତାଙ୍କ ଜାଗାରେ ଅନ୍ୟ ଅଭିନେତ୍ରୀଙ୍କୁ ନେଇଛି । ବୁଲ୍ ଭୂମିକାରେ େଓ୍ଵଦରଲୀଙ୍କର ଅସମ୍ଭବ ଲୋକପ୍ରିୟତା ରହିଛି । ତେଣୁ ତାଙ୍କୁ ହଟାଇବା ପାଇଁ କର୍ତ୍ତୃପକ୍ଷ ଚିନ୍ତା ବି କରୁ ନାହାନ୍ତି ।