CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ନୋଟିଫିକେସନ ଜାରି କରିଛି । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଯେଉଁମାନେ ଅନଲାଇନ ଆପ୍ଲାଏ କରିଥିଲେ, ସେମାନେ ହିଁ ପରୀକ୍ଷା ଦେଇପାରିବେ । ଏହି ପରୀକ୍ଷା ଦେବାକୁ ଥିବା ପିଲାଙ୍କ ସହିତ ଯୋଗାଯୋଗ କରି ସୂଚନା ଦେବା ଦାୟିତ୍ୱ ସ୍କୁଲର ବୋଲି ବୋର୍ଡ କହିଛି ।
ତେବେ ପ୍ରାଇଭେଟ ଛାତ୍ରଛାତ୍ରୀ ସିବିଏସଇର ଅଫିସିଆଲ ୱେବସାଇଟ cbse.gov.in କୁ ଯାଇ ପରୀକ୍ଷା ପାଇଁ ଆବେଦନ କରିପାରିବେ । ଅନଲାଇନ ରେଜିଷ୍ଟ୍ରେସନ ୩୧ ମଇରୁ ୧୫ ଜୁନ୍ ୨୦୨୪ ପର୍ଯ୍ୟନ୍ତ ଚାଲିବ । ସିବିଏସଇ ଦ୍ୱାରା ଜାରି ହୋଇଥିବା ସୂଚୀ ଅନୁଯାୟୀ, ୧୨ଶ ପରୀକ୍ଷାର୍ଥୀ ସମସ୍ତ ବିଷୟରେ ପରୀକ୍ଷା ଗୋଟିଏ ଦିନରେ ଅର୍ଥାତ୍ ୧୫ ଜୁଲାଇରେ ଦେବେ । ସେହିପରି ୧୦ମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ୧୫ ଜୁଲାରୁ ଆରମ୍ଭ ହେବ ।
ଅଫିସିଆଲ ସୂଚନା ଅନୁସାରେ, LOC ଜମା କରିବା ପାଇଁ ସିବିଏସଇ ୱେବସାଇଟରେ ଉପଲବ୍ଧ ପରୀକ୍ଷା ସଙ୍ଗମ ଲିଙ୍କ ମାଧ୍ୟମରେ କରିବେ । କେବଳ ରେଗୁଲାର ଛାତ୍ର ଯେଉଁମାନଙ୍କ ନାମ ଅନଲାଇନ ପ୍ରକ୍ରିୟାରେ ଜମା ହୋଇଛି, ସେମାନଙ୍କୁ ପରୀକ୍ଷାରେ ବସିବାର ଅନୁମତି ଦିଆଯିବ ।
ଅନଲାଇନ ଆବେଦନ କରିବାର ଉପାୟ :
ପ୍ରଥମେ ସିବିଏସଇର ଅଫିସିଆଲ ୱେବସାଇଟ cbse.gov.in କୁ ଯାଆନ୍ତୁ ।
ହୋମ ପେଜରେ ରେଜିଷ୍ଟ୍ରେସନ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ଏହାପରେ ନୂଆ ପେଜ ଖୋଲିବ, ଏଠାରେ ପରୀକ୍ଷାର୍ଥୀ ୧୨ଶ ଇମ୍ପ୍ରୁଭମେଣ୍ଟ/କମ୍ପାର୍ଟମେଣ୍ଟ କିମ୍ବା ୧୦ମ ସପ୍ଲିମେଣ୍ଟାରୀ/ଇମ୍ପ୍ରୁଭମେଣ୍ଟ ଲିଙ୍କ ଉପରେ କ୍ଲିକ୍ କରିବାକୁ ହେବ ।
ଏହାପରେ ଜରୁରୀ ବିବରଣୀ ଭରିବା ପରେ ଆବେଦନ ଶୁଳ୍କ ଭରି ସବମିଟ୍ କରିବାକୁ ହେବ ।
ଏଥର ଆପଣଙ୍କ ଆବେଦନ ଫର୍ମ ଜମା ହୋଇଗଲା । ସେଠାକୁ ଯାଇ ଭବିଷ୍ୟତ ପାଇଁ ଏକ କପି ଡାଉନଲୋଡ କରି ରଖନ୍ତୁ ।