CBSE Date Sheet 2022: ୧୦ମ ଓ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ପାଇଁ ତାରିଖ ଜାରି, ୩୦ ନଭେମ୍ବରରୁ ଆରମ୍ଭ ହେବ ପରୀକ୍ଷା

ସିବିଏସ୍‌ଇ ବୋର୍ଡ ପକ୍ଷରୁ ୧୦ମ ଓ ଦ୍ୱାଦଶର ଡେଟ୍‌ ସିଟ୍‌ ସୋମବାର ରାତିରେ ଜାରି କରାଯାଇଛି। ଡେଟ୍‌ ସିଟ୍‌ ଅନୁସାରେ, ଦଶମ ପରୀକ୍ଷା ୩୦ ନଭେମ୍ବରରୁ ଓ ଦ୍ୱାଦଶର ଟର୍ମ ୧ ପରୀକ୍ଷା ଡିସେମ୍ବର ୧ରୁ ଆରମ୍ଭ ହେବ। ଏହି ପରୀକ୍ଷା ତାରିଖକୁ ଛାତ୍ରଛାତ୍ରୀମାନେ ସିବିଏସ୍‌ଇର ଅଫିସିଆଲ ୱେବ୍‌ସାଇଟ୍‌ www.cbse.gov.in କୁ ଯାଇ ସିଧାସଳଖ ଡାଉନ୍‌ଲୋଡ୍‌ କରିପାରିବେ।

ଏହି ପରୀକ୍ଷା ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ଅଫ୍‌ଲାଇନ୍‌ ମୋଡ୍‌ରେ ଆୟୋଜିତ ହେବ। ପେପରର ଅବଧି ୯୦ ମିନିଟ୍‌ ରହିବ ଓ ପ୍ରଶ୍ନପତ୍ର ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ୨୦ ମିନିଟ୍‌ ଦିଆଯିବ। ଏଥିରେ ୫୦ ପ୍ରତିଶତ ପ୍ରଶ୍ନ ସିଲାବସ୍‌ରୁ ଆସିବ। ପରୀକ୍ଷା ପୂର୍ବାହ୍ନ ୧୧.୩୦ରୁ ଆରମ୍ଭ ହେବ ଓ ଅପରାହ୍ନ ୧ଟାରେ ସରିବ।

ସୂଚନାଯୋଗ୍ୟ ଯେ ସିବିଏସ୍‌ଇ ୧୮ ଅକ୍ଟୋବରରେ ମେଜର ସବ୍‌ଜେକ୍ଟର ଡେଟ୍‌ସିଟ୍‌ ଜାରି କରିଛି। ଏହି ‘ମେଜର’ ସବ୍‌ଜେକ୍ଟ ବୋର୍ଡର ସମସ୍ତ ସ୍କୁଲରେ ପଢ଼ାଯାଉଛି। ସେହିପରି ‘ମାଇନର’ ସବ୍‌ଜେକ୍ଟ ମାତ୍ର କେତୋଟି ହାତ ଗଣତି ସ୍କୁଲରେ ପଢ଼ାଯାଉଛି। ତେବେ ଗତ କାଲି କେବଳ ମେଜର ବିଷୟ ପାଇଁ ଡେଟ୍‌ସିଟ୍‌ ଜାରି କରାଯାଇଛି। ମାଇନର ସବ୍‌ଜେକ୍ଟ ପାଇଁ ବୋର୍ଡ ସ୍କୁଲ ସହ ପ୍ରଥମେ ଆଲୋଚନା କରିବ, ତା’ ପରେ ପରୀକ୍ଷା ବିବରଣୀ ଜାରି କରିବ।

time table

ଏମିତି ଦେଖିପାରିବେ ଡେଟ୍‌ ସିଟ୍‌:

ପ୍ରଥମେ ଅଫିସିଆଲ ୱେବ୍‌ସାଇଟ୍‌ www.cbse.gov.in କୁ ଯାଆନ୍ତୁ। ଏଥିରେ what’s new ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ। ଏବେ ଶ୍ରେଣୀ ୧୦ମ କିମ୍ବା ଦ୍ୱାଦଶ ଉପରେ କ୍ଲିକ୍‌ କରନ୍ତୁ। ଏବେ ପିଡିଏଫ୍‌ ଖୋଲିଯିବ। ଏବେ ଏହାକୁ ଡାଉନ୍‌ଲୋଡ୍‌ କରନ୍ତୁ।

ନୋଟିଫିକେସନ୍‌ରେ କୁହାଯାଇଛି ଯେ ମାଇନର ବିଷୟର ପରୀକ୍ଷା ୧୫ ନଭେମ୍ବରରୁ ଆରମ୍ଭ ହେବ। ମାତ୍ର ସମସ୍ତ ପ୍ରମୁଖ ବିଷୟର ପରୀକ୍ଷା ୨୪ ନଭେମ୍ବର ୨୦୨୧ରୁ ଆରମ୍ଭ ହେବ। ସମସ୍ତ ଛାତ୍ରଙ୍କ ପାଇଁ ଟର୍ମ ୧ ପରୀକ୍ଷା ଦେବା ଅନିବାର୍ଯ୍ୟ। ଟର୍ମ ୧ ପରୀକ୍ଷାରେ ଛାତ୍ରମାନେ ରଖିଥିବା ମାର୍କକୁ ଏପ୍ରିଲ/ମେ ରେ ଫାଇନାଲ ସିବିଏସ୍‌ଇର ୧୦ମ ଓ ଦ୍ୱାଦଶ ୨୦୨୨ର ପରୀକ୍ଷା ଫଳରେ ହିସାବ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.