CBSE ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ପରୀକ୍ଷା ପାଇଁ ଜାରି ହେଲା ପ୍ୟାଟର୍ଣ୍ଣ

ସିବିଏସ୍‌ଇ ତରଫରୁ ପରୀକ୍ଷା ପାଇଁ ଆଗୁଆ ସାମ୍ପଲ ପେପର ଜାରି କରାଯାଇଛି। ଏହା ସାହାଯ୍ୟରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ରର ନୂଆ ପ୍ୟାଟର୍ଣ୍ଣ ବିଷୟରେ ସୂଚନା ମିଳିବ ଓ ସେମାନଙ୍କୁ ପରୀକ୍ଷାରେ କୌଣସି ସମସ୍ୟା ହେବନାହିଁ।

ଜାରି କରାଯାଇଥିବା ସାମ୍ପଲ ପେପରରେ କେସ୍‌ ଷ୍ଟଡି ପ୍ରଶ୍ନର ଉତ୍ତର କେମିତି ଦେବାକୁ ହେବ, ଏଥିରେ କି କି ପ୍ରଶ୍ନ ଆସିବ, ସେସବୁ ବିଷୟରେ ସୂଚନା ଦିଆଯାଇଛି। ମଲ୍ଟିପଲ ଚଏସ୍‌ ପ୍ରଶ୍ନର ଉତ୍ତର ଗୋଟିଏ ଶବ୍ଦରେ ଲେଖିବାକୁ ହେବ ନଚେତ୍‌ କେବଳ ନମ୍ବରରେ ହିଁ ଲେଖିବାକୁ ହେବ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି।

ପ୍ରକାଶ ଯେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସବୁ ବିଷୟର ପ୍ରଶ୍ନପତ୍ରରେ କେସ୍‌ ଷ୍ଟଡି ପଚରାଯିବ। ତେବେ ବର୍ତ୍ତମାନ କେସ୍‌ ଷ୍ଟଡିରେ କିଭଳି ପ୍ରଶ୍ନ ଆସିବ ସେନେଇ ଶିକ୍ଷକ କିମ୍ବା ଛାତ୍ର କେହି ବି ଜାଣି ନାହାନ୍ତି। ଏହା ସହ ଜଡ଼ିତ ବହି ମଧ୍ୟ ବଜାରରେ ଉପଲବ୍ଧ ନାହିଁ। ଏଣୁ ବୋର୍ଡ ତରଫରୁ ଆଡଭାନ୍ସ ସାମ୍ପଲ ପେପର ଉପଲବ୍ଧ କରାଯାଇଛି।