ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ରେଜଲ୍ଟ, ପାସ ହାର ୯୪. ୪୦ ପ୍ରତିଶତ

ବାହାରିଲା CBSE ଦଶମ ରେଜଲ୍ଟ । cbse.nic.in ୱେବ ସାଇଟରେ ଯାଇ ରେଜଲ୍ଟ ଚେକ କରିପାରିବେ । ୨୧ ଲକ୍ଷରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ । ଟର୍ମ-2 ପରୀକ୍ଷା ଫଳ ସହ ରେଜଲ୍ଟ ପ୍ରକାଶ ପାଇଥିବା ଜଣାଯାଇଛି । ପାସ ହାର ରହିଛି ୯୪. ୪୦ ପ୍ରତିଶତ । ଏଥର ଛାତ୍ରଙ୍କୁ ପଛରେ ପକାଇ ଆଗୁଆ ଅଛନ୍ତି ଛାତ୍ରୀ । ଛାତ୍ରଙ୍କ ପାସ ହାର ୯୩.୮୦% ଓ ଛାତ୍ରୀଙ୍କ ପାସ ହାର ରହିଛି ୯୫.୨୧% ।

ଶତ ପ୍ରତିଶତ ନମ୍ବର ରଖି ମୟଙ୍କ ଯାଦବ ଟପ୍ପର ହୋଇଛନ୍ତି। ଭୁବନେଶ୍ୱର ରିଜିଅନ୍‌ରେ ପାସ ହାର ରହିଛି ୯୬.୪୬% ରହିଥିବା ରେକର୍ଡ ହୋଇଛି । ଟର୍ମ-୧ ଓ ଟର୍ମ-୨ ମାର୍କ ଏକା ସହିତ ମିଶି ମିଳିବ ରେଜଲ୍ଟ । cbse.gov.in ଏବଂ results.cbse.nic.inରେ ମିଳିପାରିବ ରେଜଲ୍‌ଟ । ୭୭୩୮୨୯୯୮୯୯କୁ ଏସଏମ୍‌ଏସ ପଠାଇ ମଧ୍ୟ ଜାଣିପାରିବେ ପରୀକ୍ଷା ଫଳ । ଚଳିତବର୍ଷ ପରୀକ୍ଷା ଦେଇଛନ୍ତି ୨୧,୧୬,୨୯୦ ଛାତ୍ରଛାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.