କାଲି ପ୍ରକାଶ ପାଇବ ସିବିଏସଇ ରେଜଲ୍ଟ : ବୋର୍ଡର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ

ନୂଆଦିଲ୍ଲୀ :  ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ । ଆସନ୍ତାକାଲି ସାଢ଼େ ୧୨ଟାରେ ପରୀକ୍ଷାଫଳ ପ୍ରକାଶ ପାଇବ । ସିବିଏସଇର ଦଶମ ଓ ଦ୍ୱାଦଶ ସହିତ ଟର୍ମ-୨ର ରେଜଲ୍ଟ ବୋର୍ଡର ଅଫିସିଆଲ ୱେବସାଇଟ୍ www.cbse.nic.in ବ୍ୟତୀତ ଡିଜି ଲକର, ଉମଙ୍ଗ ଆପ୍ରେ ମଧ୍ୟ ଉପଲବ୍ଧ ହେବ ।

ସିବିଏସଇ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ବୋଲି ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ତେବେ ଏପ୍ରିଲ ୨୬ ତାରିଖରେ ଆରମ୍ଭ ହୋଇଥିବା ସିବିଏସଇ ପରୀକ୍ଷା ଜୁନ୍ ୧୫ରେ ଶେଷ ହୋଇଥିଲା । ସମଗ୍ର ଦେଶରୁ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଓଡ଼ିଶାରୁ ଦଶମ ଶ୍ରେଣୀରେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶରେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.