CBSE ର ବଡ଼ ନିଷ୍ପତ୍ତି; ପ୍ରଥମ ମିଳିବ ଉତ୍ତରପୁସ୍ତିକା ଫଟୋକପି, ତା’ପରେ କରିପାରିବେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ

କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ଖୁବଶୀଘ୍ର ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହେବ । ପରୀକ୍ଷା ଫଳ ପ୍ରକାଶନ ହେବା ନେଇ ପରୀକ୍ଷାର୍ଥୀ ଅପେକ୍ଷା କରି ରହିଛନ୍ତି । କିନ୍ତୁ ବୋର୍ଡ ରେଜଲ୍ଟ ବାହାରିବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ।
ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପରେ ହେବାକୁ ଥିବା ପୁନଃମୂଲ୍ୟାଙ୍କନ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ଅଧିକ ପାରଦର୍ଶିତା ଏବଂ ଆତ୍ମନିର୍ଭରତା କରିବା ପାଇଁ ମୂଳ ଲକ୍ଷ୍ୟ । ଏବେ ପିଲାମାନେ ପରୀକ୍ଷାର୍ଥୀ ନିଜର ଉତ୍ତର ପୁସ୍ତିକାର ଫଟୋକପି ଦେଖିପାରିବେ, ଏହାପରେ ପୁନଃ-ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।
ନୂଆ ପ୍ରଣାଳୀ ପାଇଁ ଛାତ୍ରଛାତ୍ରୀ ପ୍ରଥମେ ସିବିଏସଇ ଠାରୁ ନିଜର ଉତ୍ତର ପୁସ୍ତିକାର ଫଟୋକପି ଆଣିବାକୁ ହେବ । ଏହାପରେ କେଉଁ ଉତ୍ତରରେ କେତେ ମାର୍କ ମିଳିଛି, ଆଉ କେଉଁ ପ୍ରଶ୍ନରେ କେତେ କଟିଛି, ତାହା ଦେଖିବା ପରେ ପୁଣି ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।
କେମିତି କରିବେ ଆବେଦନ :
ପ୍ରଥମେ ଅଫିସିଆଲ ସାଇଟକୁ ଯାଇ ଆବେଦନ କରି ଉତ୍ତର ପୁସ୍ତିକାର ଫଟୋକପି ପାଇବାକୁ ହେବ ।
ଏହାପରେ ମାର୍କ ଯାଞ୍ଚ କରନ୍ତୁ ।
ମାର୍କ ଯାଞ୍ଚ କରିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।
ପୂର୍ବରୁ ଛାତ୍ରଛାତ୍ରୀମାନେ ପ୍ରଥମେ ମାର୍କ ପାଇବା ପାଇଁ ଆବେଦନ କରୁଥିଲେ । ଏହାପରେ ଫଟୋକପି ମିଳିବା ପରେ ରିଚେକିଂ ପାଇଁ ଆବେଦନ କରୁଥିଲେ । କିନ୍ତୁ ଏବେ ଛାତ୍ରଛାତ୍ରୀମାନେ ନିଜର ଉତ୍ତରପୁସ୍ତିକା ଜରିଆରେ କେତେ ମାର୍କ ପାଇଛନ୍ତି, ଆଉ କେତେ କଟିଛି, ଜାଣିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଉଚିତ ନିର୍ଣ୍ଣୟ ନେବାରେ ସହାୟତା ହେବ ।
Also Read : ICSE ୧୦ମ ଏବଂ ISC ଦ୍ବାଦଶ ପରୀକ୍ଷା ରେଜଲ୍ଟ ପ୍ରକାଶିତ, ଜାଣନ୍ତୁ କେମିତି କରିବେ ଚେକ୍