ବାତିଲ ହେଲା ଚଳିତ ବର୍ଷର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି
ନୂଆଦିଲ୍ଲୀ(କେ ନ୍ୟୁଜ): ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ । ଦେଶର କରୋନା ସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରାଥମିକତା ଦେଇ ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପରୀକ୍ଷା ଅନୁଷ୍ଠିତ ହେବାକୁ ନେଇ ଆଜି ସନ୍ଧ୍ୟା ସମୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବରିଷ୍ଠ ମନ୍ତ୍ରୀ ଓ ସଚିବ ମାନେ ଭରଚୁଆଲ ମାଧ୍ୟମରେ ଆଲୋଚନା କରିଥିଲେ । ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଥିବା ପିଲା ସ୍ଥିତି ସୁଧୁରିଲେ ପରୀକ୍ଷା ଦେଇପାରିବେ ।
ଗତ ଏପ୍ରିଲ ୧୪ ତାରିଖରେ ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଥିଲା । ଜୁନ ପ୍ରଥମ ସପ୍ତାହରେ ନିଷ୍ପତ୍ତି ନିଆଯିବ ବୋଲି ସେ ସମୟରେ ସୂଚନା ଦିଆଯାଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହୋଇଥିଲେ ମେ ମାସରେ ଅନୁଷ୍ଠିତ ହୋଇଥାନ୍ତା ।