୨ ଦିନ ପରେ ଉଦ୍ଧାର ହେଲା କାଫେ କଫି ଡେ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ, ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ

କର୍ଣ୍ଣାଟକ(କେନ୍ୟୁଜ୍) : ୨ ଦିନ ପରେ ଉଦ୍ଧାର ହେଲା କାଫେ କଫି ଡେ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ। ନେତ୍ରାବତୀ ନଦୀରୁ ମୃତଦେହ ଉଦ୍ଧାର କରାଯାଇଛି। ଗତ ସୋମବାରରୁ ନିଖୋଜ ଥିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ କ୍ରିଷ୍ଣାଙ୍କ ଜ୍ୱାଇଁ ସିଦ୍ଧାର୍ଥ। ମାଙ୍ଗାଲୋର ଯିବା ବାଟରେ ନେତ୍ରାବତୀ ନଦୀ ନିକଟରେ କାର୍‌ ଅଟକାଇବାକୁ କହିଥିଲେ ବିଜି ସିଦ୍ଧାର୍ଥ । କାର୍‌ ଅଟକିବା ପରେ ସେ ପୋଲ ତଳକୁ ଓହ୍ଲାଇ ଯାଇଥିଲେ । କିଛି ସମୟ କାହା ସହ ଫୋନରେ କଥା ବି ହୋଇଥିଲେ । ହେଲେ ଆଉ କାର ପାଖକୁ ଫେରି ନଥିଲେ । ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହରେ ନେତ୍ରାବତୀ ନଦୀରେ ସର୍ଚ୍ଚ ପରେସନ୍‌ ଜାରି ରହିଥିଲା। ସିଦ୍ଧାର୍ଥଙ୍କ କଂପାନୀ ଉପରେ ୭ହଜାର କୋଟି ଟଙ୍କାର ଋଣ ରହିଛି। ଏହାକୁ ନେଇ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କର୍ଣ୍ଣାଟକ ପୋଲିସ ସନ୍ଦେହ କରୁଛି।

 

Leave A Reply

Your email address will not be published.