ଆସନ୍ତାକାଲି ହେବ ସିଡିଏସ ବିପିନ ରାଓ୍ଵତ ଓ ପତ୍ନୀ ମଧୁଲିକାଙ୍କ ଅନ୍ତିମ ସଂସ୍କାର, ସଂଧ୍ୟାରେ ଦିଲ୍ଲୀ ପହଞ୍ଚିବ ପାର୍ଥିବ ଶରୀର

ନୂଆଦିଲ୍ଲୀ(କେନ୍ଯୁଜ୍): ସଂଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ ବିପିନ ରାଓ୍ଵତଙ୍କ ପାର୍ଥିବ ଶରୀର । ବିପିନ ରାଓ୍ଵତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର । ଆଜି ହେଲିକପ୍‌ଟର ଦୁର୍ଘଟଣା ନେଇ ସଂସଦରେ ବିବୃତ୍ତି ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ତାମିଲନାଡୁରେ ବାୟୁସେନା ହେଲିକପ୍ଟର କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣାର ଘଟିଲା ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା । ଗତକାଲି ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ୍‌ ବିପିନ ରାଓ୍ଵତଙ୍କ ପରଲୋକ । ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁ ସୁଲୁର ଅଞ୍ଚଳର ନୀଳଗିରି ପାର୍ବତ୍ୟାଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା MI-17V-5 ହେଲିକପ୍ଟର ।

ଏଥିରେ ସିଡିଏସ, ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଅଫିସର ଥିଲେ । ଦିଲ୍ଲୀରୁ ସୁଲୁର ଓ ସେଠାରୁ ୱେଲିଂଟନ୍‌ ଯିବା ବେଳେ ଅଧାବାଟରେ ଖସି ପଡ଼ିଥିଲା MI-17V-5 ହେଲିକପ୍ଟର । ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂହ ଗୁରୁତର ଅବସ୍ଥାରେ ୱେଲିଂଟନ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୃତକଙ୍କ ପରିଚୟ ଜାଣିବା ପାଇଁ ସମସ୍ତଙ୍କର ଡିଏନଏ ଟେଷ୍ଟ କରାଯିବ । ଘଟଣା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.