କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜିତିନ ପ୍ରସାଦଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ମୁଣ୍ଡରେ ଲାଗିଛି ଆଘାତ

କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜିତିନ ପ୍ରସାଦ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାଯାଇଛି । ସେ ନିଜ ସଂସଦୀୟ କ୍ଷେତ୍ର ପିଲିଭିତ ଗସ୍ତରେ ରହିଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ଗାଡି କାରକେଡରେ ଯାଉଥିବା ଏକ ଗାଡି ସହିତ ଧକ୍କା ହୋଇଥିଲା । ଜିତିନ ପ୍ରସାଦଙ୍କ ସହିତ ତାଙ୍କ ରୋଷେୟା ଏବଂ ସଚିବ ଆହତ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଆହତ ହେବା ପରେ ଅନ୍ୟ ଏକ ଗାଡିରେ ହସପିଟାଲ ଯାଇଛନ୍ତି ।
ଖବର ମୁତବାକ, ଏହି ଦୁର୍ଘଟଣା ମଝୋଲା-ବିଜଟି ରୋଡ ସ୍ଥିତ ବହରୁୟା ଗାଁରେ ହୋଇଛି । କାରକେଡ ଗାଡିର ଗତି ସ୍ପିଡ ଥିଲା ବୋଲି ଜଣାପଡିଛି । ସେଥିପାଇଁ କାର ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଛି ।
କେନ୍ଦ୍ରମନ୍ତ୍ରୀଙ୍କ ଗାଡି ସଂସଦୀୟ କ୍ଷେତ୍ର ଗସ୍ତ କରିଥିଲେ । ଏହି ସମୟରେ ତାଙ୍କ କାରକେଡରେ ସାମିଲ ହୋଇଥିବା ଏସକ୍ଟ ଗାଡି ହଠାତ୍ ବ୍ରେକ ମାରିଥିଲା, ଫଳରେ ମନ୍ତ୍ରୀଙ୍କ ଗାଡି ବ୍ରେକ ମାରିଥିଲା । ଫଳରେ ପଛରେ ଆସୁଥିବା କାରକେଡ ଗାଡି ସନ୍ତୁଳନ ହରାଇ ତାଙ୍କ କାରକୁ ଧକ୍କା ଦେଇଥିଲା । ଏହି ଘଟଣାରେ କାରଟି ନଷ୍ଟ ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ।