କେନ୍ୟୁଜ୍(ବ୍ୟୁରୋ): ଦ୍ରବ୍ୟ ଓ ସେବା କର- ଜିଏସଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଗତ ୫ବର୍ଷ ଧରି ରାଜ୍ୟମାନଙ୍କ ବକେୟା ପଡ଼ିଥିବା ଜିଏସଟି କ୍ଷତିପୂରଣ ରାଶିକୁ ଆଜି ଠାରୁ ପ୍ରଦାନ କରିଯିବ। ୬ଟି ରାଜ୍ୟ ପାଇଁ ମୋଟ ୧୬ହଜାର ୯୮୨ କୋଟି ଟଙ୍କା ମଞ୍ଜୁର କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନୂଆଦିଲ୍ଲୀରେ ଜିଏସଟି କାଉନ୍ସିଲର ୪୯ତମ ବୈଠକ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ପେନ୍ସିଲ କଟର, ତରଣ ଗୁଡ଼ ଉପରେ ଜିଏସଟି ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି।
ପେନ୍ସିଲ କଟର ଉପରେ ଜିଏସଟି ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଥିବା ବେଳେ ତରଳ ଗୁଡ଼ ଉପରେ ୧୮ ପ୍ରତିଶତରୁ ଶୂନ କିମ୍ବା ୫ପ୍ରତିଶତକୁ ହ୍ରାସ କରାଯାଇଛି। ଏଣିକି ଶସ୍ତା ହେବ ପେନ୍ସିଲ କଟର ଓ ପାଣିଆ ଗୁଡ଼। ସେହିପରି ପାନ ମସଲା ଓ ଗୁଟଖା ବ୍ୟବସାୟ ଉପରେ ହେଉଥିବା ଟାକ୍ସ ଚୋରି ରୋକିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଏକ ଆପିଲେଟ ଟ୍ରିବ୍ୟୁନାଲ କମିଟି ଗଠନ କରି ନଜର ରଖିବାକୁ ଅର୍ଥମନ୍ତ୍ରୀ କହିଛନ୍ତି। ଆପିଲେଟ ଟ୍ରିବ୍ୟୁନାଲ ଗଠନ ନେଇ ମନ୍ତ୍ରିମଣ୍ଡଳର ରିପୋର୍ଟରେ ସହମତି ରହିଛି।.
ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା । ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…
ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…
ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…
Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…
ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…