ଦେଶରେ ଖୋଲିବ ୭୫ଟି ନୂଆ ମେଡିକାଲ କଲେଜ, ମିଳିଲା କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଦେଶରେ ଖୋଲିବ ୭୫ଟି ନୂଆ ମେଡିକାଲ କଲେଜ। ଏହାକୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ୨୦୨୧-୨୨ ବର୍ଷ ସୁଦ୍ଧା ଏହି ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଏନେଇ ୨୪ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ୱାରା ଦେଶରେ ୧୫ହଜାର ୭ଶହ ଅଧିକ ଏମବିବିଏସ ସିଟ ସୃଷ୍ଟି ହେବ। ଯେଉଁ ଅଞ୍ଚଳରେ ମେଡିକାଲ କଲେଜ ନାହିଁ, ସେଠାରେ ଏହି ନୂଆ କଲେଜ ପ୍ରତିଷ୍ଠା ହେବ। ଫଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟିବ ବୋଲି କୁହାଯାଇଛି।