ଏଣିକି ନଦୀ ବିବାଦ ସମାଧାନ ପାଇଁ ହେବ ନାହିଁ ଭିନ୍ନ ଭିନ୍ନ ଟ୍ରିବ୍ୟୁନାଲ, ୧୯୫୬ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ବିଲ୍‌ରେ ହେବ ସଂଶୋଧନ

ଏଣିକି ସବୁ ଅନ୍ତଃରାଜ୍ୟ ଜଳ ବିବାଦ ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ରହିବ। ଆଉ ଭିନ୍ନଭିନ୍ନ ଟ୍ରିବ୍ୟୁନାଲ ରହିବ ନାହିଁ। ଏଥିଲାଗି ୧୯୫୬ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ବିଲ୍‌ରେ ହେବ ସଂଶୋଧନ। ସଂଶୋଧିତ ବିଲକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ଏହି ବିଲ୍‌ କାର୍ଯ୍ୟକାରୀ ହେଲେ ଅନେକ ଟ୍ରିବ୍ୟୁନାଲ ଜାଗାରେ ଏକକ ଟ୍ରିବ୍ୟୁନାଲ ହେବ। ବିବାଦ ସମାଧାନ କମିଟି ପ୍ରଥମେ ୧୮ ମାସ ଭିତରେ ବିବାଦକୁ ବୁଝାମଣା ଭିତ୍ତିରେ ସମାଧାନ କରିବାକୁ ଚେଷ୍ଟା କରିବେ। ଯଦି ସମାଧାନ ନହୁଏ ବିବାଦ ଟ୍ରିବ୍ୟୁନାଲକୁ ଯିବ। ବର୍ତ୍ତମାନ ନିୟମରେ, ଟ୍ରିବ୍ୟୁନାଲ ରିପୋର୍ଟ ୫ବର୍ଷ ଭିତରେ ଦାଖଲ କରିବେ। ସ୍ପଷ୍ଟୀକରଣ ପାଇଁ ଆଉ ୧ ବର୍ଷ ସମୟ ନେଇପାରିବେ।

ଆହୁରି ପଢନ୍ତୁ ଅନ୍ତିମ ସଂସ୍କାର ପାଇଁ ହୋଇସାରିଥିଲା ପ୍ରସ୍ତୁତି, ହେଲେ ମା’ ର କାନ୍ଦ…

ଏହି ସମୟ ସୀମା ମଧ୍ୟ ବଢିପାରେ। ତେଣୁ ବିବାଦ ସମାଧାନ ପାଇଁ ବର୍ଷ ବର୍ଷ ସମୟ ଲାଗୁଥିଲା।  ଏବେ ୨ ବର୍ଷ ଭିତରେ ବିବାଦ ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି। ଟ୍ରିବ୍ୟୁନାଲର ରାୟ ସମସ୍ତେ ମାନିବାକୁ ବାଧ୍ୟ। ଏହା ସୁପ୍ରିମକୋର୍ଟଙ୍କ ରାୟ ସମକକ୍ଷ ରହିବ। ଟ୍ରିବ୍ୟୁନାଲ ଜଜ୍‌ଙ୍କ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ସମୟ ରହିବ। ମହାନଦୀ ଜଳ ବିବାଦ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରଧିନ ଅଛି। ନୂଆ ବିଲ୍‌ ଲାଗୁ ହେଲେ, ମହାନଦୀ ବିବାଦ ପୁରୁଣା ନିୟମରେ ସମାଧାନ ହେବ ନା ନୂଆ ବ୍ୟବସ୍ଥାରେ ସମାଧାନ ହେବ ତାକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.