ପଦ୍ମ ପୁରସ୍କାର ଘୋଷଣା, ତାଲିକାରେ କୁଏତର ଯୋଗ ପ୍ରଶିକ୍ଷକ ସାଇଖା ଏଜେ ଅଲ ସବା

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା ହୋଇଛି । କେନ୍ଦ୍ର ସରକାର ଏ ସମ୍ପର୍କିତ ଏକ ତାଲିକା ଘୋଷଣା କରିଛନ୍ତି । ଏହି ତାଲିକାରେ କୁଏତର ଯୋଗ ପ୍ରଶିକ୍ଷକ ସାଇଖା ଏଜେ ଅଲ ସବା, ଆପଲ ସମ୍ରାଟ ହାରିମାନ ଏବଂ ବ୍ରାଜିଲର ବେଦାନ୍ତ ଗୁରୁ ଜୋନାସ ମାସେଟିଙ୍କ ସମେତ ଆହୁରି ଅନେକ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ରହିଛି ।

ଗର୍ଭାଶୟ କର୍କଟ ରୋଗ ଚିହ୍ନଟ, ନିରାକରଣ ଏବଂ ପରିଚାଳନାରେ ବିଶେଷଜ୍ଞ ଦିଲ୍ଲୀର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନୀରଜା ଭଟଲାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ନେଇ ନାମ ଘୋଷଣା ହୋଇଛି । ଭୋଜପୁରର ସମାଜସେବୀ ଭୀମ ସିଂ ଭବେଶଙ୍କୁ ଗତ ୨୨ ବର୍ଷ ଧରି ତାଙ୍କର ଅକ୍ଳାନ୍ତ ପରିଶ୍ରମ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ।

ତାଙ୍କ ସଂଗଠନ ‘ନାଇ ଆଶା’ ଜରିଆରେ ସେ ସମାଜର ଅନ୍ୟତମ ଅବହେଳିତ ଗୋଷ୍ଠୀ ମୁସାହର ସମ୍ପ୍ରଦାୟର ଉନ୍ନତି ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ସେହିପରି ପି ଦଚନମୂର୍ତ୍ତିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଦକ୍ଷିଣ ଭାରତୀୟ ସଙ୍ଗୀତ ଓ ସଂସ୍କୃତି ପାଇଁ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ଥାଭିଲରେ ବିଶେଷଜ୍ଞତା ହାସଲ କରିଛନ୍ତି । ପ୍ରାୟ ୫ ଦଶନ୍ଧିରୁ ଅଧିକ ହେବ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ରରେ ତାଙ୍କର ଅଭିଜ୍ଞତା ରହିଛି । ଏଠି ସହ ସେଓ ସମ୍ରାଟ ହରିମନ ଶର୍ମା ପଦ୍ମଶ୍ରୀ ପାଇବେ ।

୧୯୫୪ ମସିହାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇ ଆସୁଛି । କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ ଏବଂ ସାମାଜିକ କାର୍ଯ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ।

You might also like