ଭାରତକୁ ସୁସ୍ଥ ରଖିବା ପାଇଁ ୪ଟି ଫର୍ମୁଲା ଉପରେ କାମ କରୁଛନ୍ତି ସରକାର, ପ୍ରଧାନମନ୍ତ୍ରୀ ମୋଦି କହିଲେ ପୂରା ପ୍ଲାନ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ୱେବିନାରକୁ ସମ୍ବୋଧିତ କରି ହେଲ୍‌ଥ ସେକ୍ଟରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏ ଅବସରରେ ସେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ୁଥିବା ନେଇ ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭାରତର ଲୋକଙ୍କୁ ସୁସ୍ଥ ରଖିବା ପାଇଁ ୪ଟି ଫର୍ମୁଲା କହିଛନ୍ତି। ମୋଦି କହିଛନ୍ତି, ବର୍ତ୍ତମାନ ଆମକୁ ଏହି ୪ଟି ଫର୍ମୁଲା ଉପରେ ଏକାସାଙ୍ଗେ କାମ କରିବାକୁ ପଡ଼ିବ।

ମୋଦିଙ୍କ କହିବାନୁସାରେ, ପ୍ରଥମ ଫର୍ମୁଲା ହେଉଛି ରୋଗକୁ ରୋକିବା, ଦ୍ୱିତୀୟ ଫର୍ମୁଲା ହେଉଛି ଗରିବ ଓ ଅଭାବୀ ଲୋକଙ୍କ ଶସ୍ତା ତଥା ପ୍ରଭାବଶାଳୀ ଚିକିତ୍ସା ଯୋଗାଇବା। ଆୟୁଷ୍ମାନ ଭାରତ ଯୋଜନା ଓ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଭଳି ଯୋଜନା ଏନେଇ କାମ କରୁଛି। ତୃତୀୟ ଫର୍ମୁଲା ହେଉଛି ହେଲଥ୍‌ ଇନ୍‌ଫ୍ରାଷ୍ଟକଚର ଓ ହେଲଥ କେୟାର ପ୍ରଫେସନାଲ୍ସଙ୍କ କ୍ୱାଲିଟି ଓ କ୍ୱାଣ୍ଟିଟି ବଢ଼ାଇବା। ଚତୁର୍ଥ ଫର୍ମୁଲା ହେଉଛି ସମସ୍ୟାର ସମାଧାନ ପାଇଁ ମିଶନ ମୋଡ୍‌ରେ କାମ କରିବା। ଏଥିପାଇଁ ମିଶନ ଇନ୍ଦ୍ରଧନୁଷ ଦେଶର ଆଦିବାସୀ ଓ ଦୂରଦୂରାନ୍ତ ଯାଏଁ କାମ କରୁଛି।

ମୋଦି କହିଛନ୍ତି, ଆମ ସରକାର ସ୍ୱାସ୍ଥ୍ୟ ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଉଛି। ଏଣୁ ଦେଶରେ କେବଳ ଚିକିତ୍ସା ନୁହେଁ, ବରଂ ୱେଲନେସ୍‌ ଉପରେ ମଧ୍ୟ ଫୋକସ୍‌ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.