ଏବେ ଦେଶର ପ୍ରତ୍ୟେକ ନାଗରିକଙ୍କ ଇମ୍ୟୁନିଟି ପାଓ୍ଵାର ହେବ ଷ୍ଟ୍ରଙ୍ଗ, ସରକାର ଆପଣେଇବାକୁ ଯାଉଛନ୍ତି ଏହି ଖାସ୍ ଉପାୟ

ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ଦେଶର ପ୍ରତ୍ୟେକ ନାଗରିକ ପ୍ରସ୍ତୁତ। ଏନେଇ କେନ୍ଦ୍ର ସରକାର ମହାମାରୀ ଏବଂ ସଂକ୍ରମଣରୁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ରକ୍ଷା କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାର ବିଚାର କରୁଛନ୍ତି, ବର୍ତ୍ତମାନ ବଜାରରେ ମିଳୁଥିବା ଖିବା ତେଲରେ ଭିଟାମିନ୍ ମିଶାଇବା ଉଚିତ୍।
ଖାଦ୍ୟ ନିୟାମକ ଏଫଏସଏସଏଆଇ (FSSAI) ଖାଇବା ତେଲ ନିର୍ମାତାଙ୍କୁ ଭିଟାମିନ-ଏ ଏବଂ ଭିଟାମିନ-ଡି ର ତେଲରେ ସମ୍ମିଶ୍ରଣ କରିବା ନେଇ ବିଚାର କରିଛନ୍ତି, ଯାହା ଶରୀରର ଇମ୍ୟୁନିଟି ପାଓ୍ଵାରକୁ ମଜବୁତ୍ କରିବାରେ ସାହାଯ୍ୟ କରିଥାଏ। FSSAI ର ସିଇଓ ଅରୁଣ ସିଂଘଲ କହିଛନ୍ତି, ଖାଇବା ତେଲରେ ଭିଟାମିନ୍-ଏ ଏବଂ ଭିଟାମିନ-ଡି ମିଶାିବା ଅନିବାର୍ଯ୍ୟ କରିବା ନେଇ FSSAI ବିଚାର କରୁଛି, ଯାହାଦ୍ୱାରା ଭାରତର ଲୋକମାନେ ରୋଗ ପ୍ରତିରୋଧକ କ୍ଷମତା ଲାଭ କରିପାରିବେ। ଏନେଇ ସିଂଘଲ କହିଛନ୍ତି, ଖାଦ୍ୟ ତେଲର ପୌଷ୍ଟିକ ତତ୍ତ୍ୱ ସହ ସମ୍ମିଶ୍ରଣ କରାଯିବା ପରେ ଏହା ବିଭିନ୍ନ ସାମାଜିକ-ଆର୍ଥିକ କ୍ଷେତ୍ର କ୍ଷେତ୍ର ସହ ଜଡିତ ଲୋକମାନଙ୍କୁ ଦେଶରେ ଖାଦ୍ୟ ତେଲ ପହଞ୍ଚାଇବା ସହଜ ହୋଇପାରିବା ନେଇ ସୁନିଶ୍ଚିତ ହେବ।
ଭାରତରେ ସୁକ୍ଷ୍ମ ପୋଷକ ତତ୍ତ୍ୱର ଅଭାବ ସହିତ କୁପୋଷଣର ଅଧିକ ସମସ୍ୟା ରହିଛି। ଆମ ଦେଶର ଅଧିକାଂଶ ଲୋକ ଭିଟାମିନ୍-ଏ ଏବଂ ଭିଟାମିନ୍-ଡି ଅଭାବରେ ପୀଡିତ। ଶରୀରରେ ଏହି ଭିଟାମିନ୍ ର ଅଭାବ ମୃତ୍ୟୁ, ଉତ୍ପାଦନ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଏହି ଭିଟାମିନ୍ ଶରୀରରେ ରୋଗପ୍ରତିରୋଧକ ଶକ୍ତି ମଜବୁତ୍ କରିଥାଏ, ଯାହା କୋଭିଡ-୧୯ ମହାମାରୀ ସମୟରେ ମହତ୍ତ୍ୱପୂର୍ଣ୍ଣ।