କୃଷକଙ୍କୁ କେନ୍ଦ୍ର ସରକାରଙ୍କର ଉପହାର, ୭ ବଡ଼ କାର୍ଯ୍ୟକ୍ରମ ପାଇଁ ମଞ୍ଜୁରୀ କଲେ୧୪୦୦୦ କୋଟି ଟଙ୍କା

ଦିଲ୍ଲୀ : କୃଷକଙ୍କୁ କେନ୍ଦ୍ରସରକାରଙ୍କର ବଡ ଉପହାର । କେନ୍ଦ୍ର ମନ୍ତ୍ରିମଣ୍ଡଳ କୃଷି କ୍ଷେତ୍ର ସହ ଜଡ଼ିତ ୭ ବଡ଼ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୪୦୦୦ କୋଟି ଟଙ୍କାର ଖର୍ଚ୍ଚକୁ ମଞ୍ଜୁରି ଦେଇଛନ୍ତି । ଏଥିରେ ଡିଜିଟାଲ କୃଷି ମିଶନ ଏବଂ ଫସଲ ବିଜ୍ଞାନ ପରି ଯୋଜନା ସାମିଲ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରିମଣ୍ଡଳରେ ନିଆଯାଇଥିବା ନିଷ୍ପତ୍ତିର ସୂଚନା ଦେଇଛନ୍ତି ।