ଦେଶ ବିଦେଶ

ମେ ଓ ଜୁନ ମାସରେ ସମସ୍ତ ଗରିବଲୋକଙ୍କୁ ମାଗଣାରେ ମିଳିବ ରାସନ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ୍‌ ପାଇଁ କେନ୍ଦ୍ର ସରକାର ମେ ଓ ଜୁନ ମାସରେ ଦେଶର ସମସ୍ତ ଗରିବଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦେବେ ।ଏହା ଦ୍ୱାରା ପ୍ରାୟ ୮୦କୋଟି ଲୋକ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।

ଯୋଜନା ଅନୁଯାୟୀ, ହିତାଧିକାରୀଙ୍କୁ କେନ୍ଦ୍ର ୫ କିଲୋଗ୍ରାମ ମାଗଣା ଖାଦ୍ୟଶସ୍ୟ ଯୋଗାଣ କରିବ। ଏଥିପାଇଁ ୨୬,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେଉଁ ସମୟରେ ଦେଶ କୋଭିଡ-୧୯ର ଦ୍ୱିତୀୟ ଲହରର ସମ୍ମୁଖୀନ ହେଉଛି ସେହି ସମୟରେ ଗରିବଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ସହାୟତା ଜରୁରୀ।

ଦେଶରେ ବଢ଼ୁଛି କରୋନା ବିପର୍ଯ୍ୟାୟ । ଲଗାତର ଦ୍ୱିତୀୟ ଦିନରେ ୩ ଲକ୍ଷ ଉପରେ ଦୈନିକ ସଂକ୍ରମଣ । ଗତକାଲିର ରେକର୍ଡ ଆଜି ପୁଣି ଭାଙ୍ଗିଛି। ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ନୂଆ ସଂକ୍ରମିତ । ସଂକ୍ରମଣ ବଢ଼ିବା ସହ ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ିବାରେ ଲାଗିଛି । କେଉଁଠି ଆଇସିୟୁ ନାହିଁ ତ କେଉଁଠି ବେଡ୍‌ ନାହିଁ । ଦିଲ୍ଲୀରେ ଅକ୍ସଜେନ୍‌ ସଂକଟ ଭୟଂକର ରୂପ ନେଉଛି । କେଉଁ ହସ୍ପିଟାଲରେ ୨ ଘଣ୍ଟା ତ କେଉଁ ହସ୍ପିଟାଲରେ ୪ ଘଣ୍ଟା ପାଇଁ ଅକ୍ସିଜେନ୍‌ ମହଜୁଦ ଅଛି। ତା ପରେ କଣ ହେବ ଡାକ୍ତର କିଛି ଭାବି ପାରୁ ନାହାନ୍ତି।

ସର୍ବାଧିକ ସଂକ୍ରମିତ ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଫୋକସ୍‌ ଥିଲା ଅକ୍ସିଜେନ୍‌ ସଂକଟର ମୁକାବିଲା। ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ଅକ୍ସିଜେନ ଉତ୍ପାଦନକାରୀ କମ୍ପାନୀମାନଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago