କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଜାରି ହେଲା ନୂଆ ଆତଙ୍କବାଦୀ ଲିଷ୍ଟ, ସାମିଲ ହେଲା ଆଉ ୧୮ ଜଣ ଆତଙ୍କବାଦୀଙ୍କ ନାଁ

କେନ୍ଦ୍ର ଗୃହ ମନ୍ତ୍ରାଳୟଙ୍କ ତରଫରୁ ମଙ୍ଗଳବାର ଆତଙ୍କବାଦୀଙ୍କ ବିପକ୍ଷରେ ଏକ ବଡ ପଦକ୍ଷେପ ନିଆଯାଇଛି । ଏକ ନୂଆ ଆତଙ୍କବାଦୀ ଲିସ୍ଟ ଜାରି କରିଛନ୍ତି । ଯୁଏପି ଆକ୍ଟ ଅନୁଯାୟୀ ଗୃହ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ଏହି ତାଲିକାରେ ୧୮ ଜଣ ଆତଙ୍କବାଦୀଙ୍କ ନାଁ ରହିଛି | ଏହି ଲିଷ୍ଟରେ ଅଣ୍ଡର ୱାର୍ଲଡ଼ ଡନ ଦାଉଦ ଇବ୍ରାହିମଙ୍କର କିଛି ସାଥିଙ୍କର ନାଁ ବି ରହିଛି । ଛୋଟା ସକିଲ, ଟାଇଗର ମେମନ ପରି ଆତଙ୍କବାଦୀ ଯେଉଁମାନେକି ୧୯୯୩ ମୁମ୍ବଈ ବ୍ଲାଷ୍ଟରେ ଏକ ସକ୍ରିୟ ଭୂମିକା ନିଭେଇଥିଲେ ସେମାନଙ୍କର ନାଁ ରହିଛି । କହିରଖିବା ଉଚିତ ହେବକି, ଗତ ବର୍ଷ ଯୁଏପିଏ ଲିଷ୍ଟରେ କେତେକ ପରିବର୍ତ୍ତନ ଅଣାଯାଇଥିଲା ।

ଯେଉଁଥିରେ ଭାରତର କୌଣସି ବି ବ୍ୟକ୍ତିଙ୍କୁ ଆତଙ୍କୀ ଘୋଷଣା କରାଯାଇପାରିବ । ଯେବେକି ପୂର୍ବରୁ କେବଳ ଆତଙ୍କବାଦୀ ସଂଗଠନକୁ ଆତଙ୍କୀ ଘୋଷଣା କରାଯାଇ ପାରୁଥିଲା । ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ବୟାନରେ ଗୃହମନ୍ତ୍ରୀ ଅମିତ ଶାହ ଆତଙ୍କବାଦୀ ବିରୋଧରେ ଭାରତର ଲଢେଇ ସଂକଳ୍ପକୁ ପୁଣି ଥରେ ଦୋହରାଇଛନ୍ତି । ନୂଆ ଆଇନ ଅନୁଯାୟୀ ୨୦୧୯ରେ ଚାରୀ ଜଣଙ୍କୁ ଓ ୨୦୨୦ ରେ ୯ ଜଣଙ୍କୁ ଆତଙ୍କବାଦୀ ଭବରେ ଘୋଷଣା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.