ରାମଳୀଳାରେ ଜନକ ସାଜିଲେ କେନ୍ଦ୍ର ମନ୍ତ୍ରୀ, କିଏ ? ଜାଣନ୍ତୁ

ନୂଆଦିଲ୍ଲୀ : ପ୍ରତି ବର୍ଷ ଭଳି ଗତକାଲି ପୁରୁଣା ଦିଲ୍ଲୀ ଲାଲକିଲ୍ଲା ଠାରେ ହୋଇଥିଲା ପାରମ୍ପରିକ ରାମଲୀଳା ପ୍ରଦର୍ଶନ । ନବରାତ୍ରୀ ଅବସରରେ ଏହାକୁ ଦେଖିବା ଲାଗି ରୁଣ୍ଡ ହୋଇଥିଲେ ହଜାର ହଜାର ଲୋକ । ମଞ୍ଚରେ ସୁନା ରଙ୍ଗର ସିଂହାସନରେ ବିରାଜମାନ କରିଥିଲେ ରାମଲୀଳାରେ ଭାଗ ନେଇଥିବା କଳାକାର । ଯିଏକି ସୀତାଙ୍କ ପିତା ଜନକ ଭୂମିକାରେ ଥିଲେ । ମୋଟା ନିଶକୁ ମୁଣ୍ଡରେ ମୁକୁଟ । ଠିକ୍ ଜନକ ରାଜାଙ୍କ ଭଳି ଲାଗୁଥିଲେ । ହେଲେ କାଳାକାର ଜଣକ କିଏ ବୋଲି ଦୋ ଦୋ ଚିହ୍ନା ହେଉଥିଲେ ଲୋକେ । ଶେଷରେ ଜଣାପଡ଼ିଲା ସେ ଆଉ କେହି ନୁହନ୍ତି, କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନ । ସମ୍ଭାଳୁଛନ୍ତି ଦାୟିତ୍ବପୂର୍ଣ୍ଣ ବିଜ୍ଞାନ ଓ କାରିଗରୀ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ।

HARSVARDHAN

ସୀତାଙ୍କ ସ୍ବୟମ୍ବର ଦୃଶ୍ୟ ବେଳେ କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ଥିଲା । ଏହି ରାମଲୀଳା ଅଭିନୟର ଦୃଶ୍ୟ ଫଟୋ ନିଜ ଟ୍ବିଟରରେ ସେୟାର କରିଛନ୍ତି ନିଜେ କେନ୍ଦ୍ର ମନ୍ତ୍ରୀ । ତାଙ୍କୁ ଏଥିରୁ ବହୁତ ଆତ୍ମସନ୍ତୋଷ ମିଳିଛି ବୋଲି କହିଛନ୍ତି । ସେ ପିଲା ବେଳୁ ଲାଲକିଲ୍ଲା ଓ ଚାନ୍ଦିନୀଚୌକରେ ରାମଲୀଳା ଦେଖି ଆସୁଥିଲେ । ଏଥିର କିନ୍ତୁ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି ବୋଲି ଟ୍ବିଟରରେ ଲେଖିଛନ୍ତି ।