କେନ୍ଦ୍ର ମନ୍ତ୍ରୀଙ୍କୁ ଚାପୁଡ଼ା ମାରିଲେ ଯୁବକ, ଏବେ ଡାକ୍ତରଖାନାରେ

ମୁମ୍ବାଇ : କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠଓ୍ଵଲେଙ୍କୁ ଚାପୁଡ଼ା । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା ବଳେ ଜଣେ ଯୁବକ ମନ୍ତ୍ରୀଙ୍କୁ ଠେଲି ଦେବା ସହ ଚାପୁଡ଼ା ମାରିଥିଲା । ହେଲେ ତା ପରେ ସେହି ଯୁବକଙ୍କୁ ଲୋକେ ପ୍ରବଳ ପିଟିଥିଲେ । ପ୍ରବୀଣ ଗୋସାଭି ନାମକ ଏହି ଯୁବକକୁ ପୋଲିସ୍‌ ଗିରଫ କରିଛି । ଆହତ ଥିବାରୁ ତାକୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

RAMDAS-1ଶନିବାର ରାତିରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠଓ୍ଵଲେ ମୁମ୍ବାଇ ଥାନେ ଅନ୍ତର୍ଗତ ଅମବେରନାଥରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଭାରେ ଭାଷଣ ଦେଇ ସେ ମଞ୍ଚରୁ ତଳକୁ ଓହ୍ଲାଇବା ବେଳେ ଯୁବକ ଜଣକ ଆଗକୁ ଆସି ପ୍ରଥମେ ତାଙ୍କୁ ଠେଲି ଦେଇଥିଲା ଓ ପରେ ତାଙ୍କ ମୁହଁରେ ଚାପୁଡ଼ା ମାରିଥିଲା । ଏଭଳି ଅଚାନକ ଘଟଣାରେ ମନ୍ତ୍ରୀଙ୍କ ବଡିଗାର୍ଡ଼ ମଧ୍ୟ ସ୍ତମ୍ଭୀଭୂତ ହୋଇଯାଇଥିଲେ । ତେବେ ସମର୍ଥକମାନେ ଆଗକୁ ଆସି ଆକ୍ରମଣକାରୀକୁ କାବୁ କରି ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ପରେ ମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଓ ପୋଲିସ୍‌ ତାକୁ ଉଦ୍ଧାର କରି ବାହାରକୁ ନେଇ ଯାଇଥିଲେ । ନଚେତ ଲୋକଙ୍କ ମାଡ଼ରେ ଆକ୍ରମଣକାରୀ ଆଉ ଜୀବନ ପାଇ ନଥାନ୍ତା । ଏହି ଘଟଣାରେ ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଯୁବକ ଜଣକ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ ଯୁବଶାଖାର ସଦସ୍ୟ । ଯାହାର ମୁଖ୍ୟ ହେଉଛନ୍ତି ନିଜେ ଆଠଓ୍ଵଲେ । ତାଙ୍କ ପାର୍ଟି ଏନ୍‌ଡିଏର ଅଂଶୀଦାର ଦଳ ।

ଯୁବକ ଜଣକ ମନ୍ତ୍ରୀଙ୍କୁ ଆକ୍ରମଣ କରିବା ପରେ କିଭଳି ଥିଲା ସ୍ଥିତି ଦେଖନ୍ତୁ ଏହି ଭିଡିଓ ।