ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ରର ଚେତାବନୀ! ପାର୍ବଣ ଋତୁରେ ଜନଗହଳି ଏଡାଅ

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ରର ଚେତାବନୀ। ପାର୍ବଣ ଋତୁରେ ଜନଗହଳି ଏଡାଅ। ଆଗାମୀ ଉତ୍ସବ ଋତୁରେ ଜନଗହଳି ଏଡାଇବା ସହିତ କରୋନା କଟକଣାକୁ କଡାକଡି ପାଳନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ସର୍ତକତା ଜାରି କରିଛି। ଏ ସମ୍ପର୍କରେ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି।

ମହରମ୍‌, ସେପ୍ଟେମ୍ବର ୧୦ ଗଣେଶ ପୂଜା ଓ ଅକ୍ଟୋବର ୫ରୁ ୧୦ ଦଶହରା ପର୍ବ ସମୟରେ ଜନଗହଳି ହେବାର ସମ୍ଭାବନା ରହିଛି। ଏହି ଜନଗହଳି ପାଇଁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି କରିବାର ଆଶଙ୍କା ରହିଛି। ତେଣୁ ଏହିସବୁ ଉତ୍ସବ ସମୟରେ ଜନଗହଳି ଏଡାଇବା ସହ କରୋନା ନିୟମାବଳି କଡାକଡି ପାଳନ କରିବାକୁ ପତ୍ରରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଏହା ସହ ଟେଷ୍ଟ, ଟ୍ରିଟ, ଟ୍ରାକ, ଟିକାକକଣ ଓ କଟକଣାକୁ କଡାକଡି କରିବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.