ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି ଖବର । ମହିଳାମାନେ ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ମାତୃତ୍ୱ ପତ୍ର ସମ୍ବନ୍ଧୀୟ ନିୟମରେ ସଂଶୋଧନ ହୋଇଛି ।
ସରୋଗେସି କ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ୬ ମାସର ମାତୃତ୍ୱ ଛୁଟି ଅନୁମତି ଦେବାକୁ କେନ୍ଦ୍ର ଏହି ନିୟମରେ ସଂଶୋଧନ କରିଛି ।ସରୋଗେସୀରେ ମା’ ହୋଇଥିବା ମହିଳା ସରକାରୀ କର୍ମଚାରୀ ୧୮୦ ଦିନ ମାତୃତ୍ୱ ଛୁଟି ନେଇପାରିବେ । କେନ୍ଦ୍ର ସରକାର ସେଣ୍ଟ୍ରାଲ ସିଭିଲ୍ ସର୍ଭିସ (ଛୁଟି) ନିୟମାବଳୀ, ୧୯୭୨ରେ ସଂଶୋଧନ ଆଣିଛନ୍ତି ।
ହଁ ଆଜ୍ଞା, କେନ୍ଦ୍ର ଏହି ସଂଶୋଧନ ସହ ୫୦ ବର୍ଷ ପୁରୁଣା ନିୟମକୁ ବଦଳାଇ ଦେଇଛି । ଯେଉଁଥିରେ ମହିଳା ସରକାରୀ କର୍ମଚାରୀମାନେ ସରୋଗେସି ମାଧ୍ୟମରେ ଏକ ସନ୍ତାନ ପ୍ରସବ କରିବା କ୍ଷେତ୍ରରେ ୧୮୦ ଦିନ ମାତୃତ୍ୱ ଛୁଟି ନେଇପାରିବେ । କମିଶନିଂ ମଦର (ସରୋଗେସି ଜରିଆରେ ଜନ୍ମିତ ସନ୍ତାନର ମାଆ)ଙ୍କୁ ୬ ମାସ ମାତୃତ୍ୱ ଛୁଟି ସହ ଶିଶୁର ଯତ୍ନ ନେବା ପାଇଁ ବାପାଙ୍କୁ ମଧ୍ୟ ୧୫ ଦିନ ଛୁଟି ମିଳିବ । ତେବେ ସରୋଗେସିରେ ମା’ ହୋଇଥିବା ମହିଳା କର୍ମଚାରୀଙ୍କର ୨ରୁ କମ୍ ପିଲା ରହିଥିବା ଆବଶ୍ୟକ ।
ଆଜି ପର୍ଯ୍ୟନ୍ତ ସରୋଗେସି ଜରିଆରେ ସନ୍ତାନ ପ୍ରାପ୍ତ ହୋଇଥିବା ମା’ଙ୍କୁ ମାତୃତ୍ୱ ଛୁଟି ମିଳୁ ନ ଥିଲା । ବର୍ତ୍ତମାନର ନିୟମ ଅନୁଯାୟୀ ଜଣେ ମହିଳା ସରକାରୀ କର୍ମଚାରୀ ଏବଂ ଜଣେ ଏକକ ମହିଳା ସରକାରୀ କର୍ମଚାରୀଙ୍କୁ ତାଙ୍କ ଚାକିରି କାଳ ମଧ୍ୟରେ ପିଲାଙ୍କ ଯତ୍ନ ନେବା ପାଇଁ ସର୍ବାଧିକ ୭୩୦ ଦିନ ଛୁଟି ନେଇପାରିବେ।
ନୂତନ ନିୟମ ଅନୁଯାୟୀ- ସରୋଗେସି ଦ୍ୱାରା ଜନ୍ମ ହୋଇଥିବା ଶିଶୁ କ୍ଷେତ୍ରରେ, କମିଶନିଂ ପିତା, ଯଦି ସେ ଜଣେ ପୁରୁଷ ସରକାରୀ କର୍ମଚାରୀ, ଯାହାର ଦୁଇରୁ କମ୍ ସନ୍ତାନ ଅଛନ୍ତି, ତେବେ ପ୍ରସବ ତାରିଖ ଠାରୁ ୬ ମାସ ମଧ୍ୟରେ ୧୫ ଦିନ ପିତୃତ୍ୱ ଛୁଟି ପାଇବାକୁ ହକଦାର ହେବେ ।