ନିର୍ଭୟା ଦୋଷୀଙ୍କୁ ଆଜି ହୋଇଥାନ୍ତା ଫାଶୀ, ହେଲେ… : ସୁପ୍ରିମ୍‌ କୋର୍ଟରେ କେନ୍ଦ୍ର ସରକାରଙ୍କ ଆବେଦନ

ନୂଆଦିଲ୍ଲୀ : ଆଜି ନିର୍ଭୟା ଦୋଷୀଙ୍କୁ ମିଳିଥାନ୍ତା ତାଙ୍କ କର୍ମର ଦଣ୍ଡ । କୋର୍ଟ ପ୍ରଥମେ ଜାନୁଆରୀ ୨୨କୁ ଦନ ଧାର୍ଯ୍ୟ କରିଥିଲେ । ହେଲେ ଆଇନ୍‌ ବ୍ୟବସ୍ଥାରେ ଥିବା ଦୁର୍ବଳତାରୁ ଫାଇଦା ଉଠାଇ ଦୋଷୀ ଏଥିରେ ବିଳମ୍ବ ଘଟାଇଛନ୍ତି । ଏପଟେ ଏହାକୁ ନେଇ କେନ୍ଦ୍ର ସରକାର ଆଜି ସୁପ୍ରିମ୍‌ କୋର୍ଟଙ୍କୁ ନିବେଦନ କରିଛନ୍ତି । ଗୃହ ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମ କୋର୍ଟଙ୍କ ନିକଟରେ ଏକ ପିଟିସନ୍‌ ଦାୟର କରାଯାଇଛି । ଏଭଳି ଦୋଷୀମାନଙ୍କୁ ରାଜକ୍ଷମା ଆବେଦନ ପାଇଁ ମାତ୍ର ୭ ଦିନ ସମୟ ଦେବାକୁ କୁହାଯାଇଛି ।
୨୦୧୨ ଡିସେମ୍ବର ୧୬ରେ ଘଟିଥିବା ନିର୍ଭୟା କାଣ୍ଡର ଦୋଷୀମାନେ ଏପର୍ଯ୍ୟନ୍ତ କେବଳ ଜେଲ୍‌ରେ ଅଛନ୍ତି । ସେମାନଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲେ ମଧ୍ୟ ସେମାନେ ଆଇନ୍‌ ବ୍ୟବସ୍ଥାରେ ଥିବା ଫାଙ୍କ ଦେଇ ଦିନ ଗଡ଼ାଇ ଚାଲିଛନ୍ତି । ଯାହାଫଳରେ ସାଧାରଣ ଲୋକଙ୍କ ସମେତ ନିର୍ଭୟାଙ୍କ ପରିବାର ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଡେଥ୍‌ ଓ୍ଵାରେଣ୍ଟ ଜାରି ହେବାର ସାତ ଦିନ ଭିତରେ ରାଜକ୍ଷମା ଆବେଦନର ସମୟ ନିର୍ଦ୍ଧାରଣ କରିବା, ଦେଶର ସମସ୍ତ କୋର୍ଟରେ ଏଭଳି ଦୋଷୀଙ୍କୁ ଯେମିତି ଖସିବା ପାଇଁ ଅଧିକ ଦିନ ସମୟ ନମିଳେ ସେ ନେଇ ରାସ୍ତା ବାହାର କରିବାକୁ କହିଛନ୍ତି ।
ପୂର୍ବରୁ ଜାନୁଅରୀ ୨୨ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ନିର୍ଦ୍ଦେଶ ହୋଇଥିଲା ତେବେ ଅନ୍ୟତମ ଦୋଷୀ ପବନ ରାଜକ୍ଷମା ଆବେଦନ କରି ଏଥିରେ ବିଳମ୍ବ ଘଟାଇଥିଲା । ଏବେ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଛି । ତଥାପି ଏହାକୁ ନେଇ ସନ୍ଦେହ ରହିଛି ।

Leave A Reply

Your email address will not be published.