ମେ’ ୧୪ ଯାଏଁ ୩୨ ବିମାନବନ୍ଦର ବନ୍ଦ, ଯାତ୍ରୀଙ୍କ ପାଇଁ ନୂଆ ଆଡଭାଇଜରି ଜାରି

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ମଧ୍ୟରେ ଏବେ ଦେଶରେ ୩୨ଟି ବିମାନବନ୍ଦର ବନ୍ଦ ରହିଛି। ଏହି ବିମାନବନ୍ଦର ଆସନ୍ତା ମେ’ ୧୪ ତାରିଖ ସକାଳ ସାଢେ ୫ଟା ଯାଏଁ ପର୍ଯ୍ୟନ୍ତ ବନ୍ଦ ରହିବ । ଭାରତ- ପାକ୍ ଉତ୍ତେଜନା ଭିତରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ନେଇ ଏୟାର ଇଣ୍ଡିଆ ମଧ୍ୟ Xରେ ପୋଷ୍ଟ କରିଛି । ପାକିସ୍ତାନ ପକ୍ଷରୁ ଭାରତର ପଶ୍ଚିମ ସୀମାରେ ଅଘୋଷିତ ଆକ୍ରମଣ ଜାରି ରହିଥିବାରୁ ଏହି ବିମାନ ବନ୍ଦରଗୁଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ପଞ୍ଜାବର, ହିମାଚଳ ପ୍ରଦେଶର , ଚଣ୍ଡିଗଡ, ଜମ୍ମୁକଶ୍ମୀର , ଲଦାଖ, ରାଜସ୍ଥାନ, ଗୁଜରାଟ ଆଦି ବିମାନ ବନ୍ଦର ଗୁଡିକରୁ ବନ୍ଦ ରହିଛି । ବିମାନ ବନ୍ଦରଗୁଡିକୁ ଟାର୍ଗେଟ କରି ପାକିସ୍ତାନ ଡ୍ରୋନ ଆକ୍ରମଣ କରୁଥିବାରୁ ଏୟାରଲାଇନ୍ସଗୁଡିକୁ ବିମାନ ଉଡାଣ ରଦ୍ଦ କରିବାକୁ ପଡୁଛି । ଫଳରେ ଯାତ୍ରୀ ଓ ଏୟାରଲାଇନ୍ସଗୁଡିକୁ କ୍ଷତି ସହିବାକୁ ପଡୁଛି।

ତେଣୁ ପାକିସ୍ତାନକୁ ଉଚିତ ଶିକ୍ଷା ନଦିଆଯିବା ପର୍ଯ୍ୟନ୍ତ ବିମାନ ବନ୍ଦରଗୁଡିକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ବିମାନ ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି ପକ୍ଷରୁ ସେକେଣ୍ଡାରୀ ଲ୍ୟାଡର ପଏଣ୍ଟ ଚେକ୍ସ ସକ୍ରିୟ କରାଯାଇଛି । ସେହିପରି ଟର୍ମିନାଲଗୁଡିକୁ ପରିଦର୍ଶକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଜାରି ହେବା ସହ ଏୟାର ମାର୍ଶାଲ ମୁତୟନ ହୋଇଛନ୍ତି ।

 

ଆହୁରି ପଢ଼ନ୍ତୁ :  ଦିଲ୍ଲୀକୁ ଟାର୍ଗେଟ କଲା ପାକିସ୍ତାନର ଫତେହ-୨ ମିସାଇଲ୍, ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କଲା ଭାରତ