୨୦୨୨ ଏପ୍ରିଲ ୧ ରୁ ଉଚ୍ଛେଦ ହେବ DRDA ବ୍ୟବସ୍ଥା, ଚିଠି ଲେଖିଲା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଉଚ୍ଛେଦ ହେବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ ) ବ୍ୟବସ୍ଥା। ଜିଲ୍ଲା ପରିଷଦରେ ହେବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମିଶ୍ରଣ। ଡିଆରଡିଏର ପ୍ରଶାସନିକ ବ୍ୟବସ୍ଥା ଉଚ୍ଛେଦ ହେବ। ୨୦୨୨ ଏପ୍ରିଲ ୧ତାରିଖରୁ ଉଚ୍ଛେଦ ହେବ।

ଏନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଚିଠି ଲେଖି ଜଣାଇଛି। ଡିଆରଡିଏରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ନିଜ ମୂଳ ଡିପାର୍ଟମେଣ୍ଟରୁ ଫେରିବେ। ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଡିଆରଡିଏରେ ଥିବା ପାଣ୍ଠିର ଅଡିଟ ହେବ।

ଏହି ପାଣ୍ଠି ଜିଲ୍ଲା ପରିଷଦ ପାଣ୍ଠିକୁ ପରିବର୍ତ୍ତନ ହେବ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜଇରାମ ରମେଶ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ପ୍ରକାଶଯୋଗ୍ୟ ଯେ ୨୦୧୪ ମସିହା ଏପ୍ରିଲ ୧ ତାରିଖରେ ଡିଆରଡିଏ ଗଠନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.