ନୂଆ ସଂସଦ ଭବନ ଉଦ୍ଘାଟନ ଉତ୍ସବରେ ଲଞ୍ଚ ହେବ ୭୫ ଟଙ୍କିଆ କଏନ
ଲଞ୍ଚ ହେବ ୭୫ ଟଙ୍କିଆ କଏନ । ନୂଆ ସଂସଦ ଭବନ ଉଦ୍ଘାଟନ ଉତ୍ସବରେ କଏନକୁ ଲଞ୍ଚ କରାଯିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି ।

ନୂଆ ସଂସଦ ଭବନ ଉଦ୍ଘାଟନ ଉତ୍ସବରେ ଜାରି ହେବ ୭୫ ଟଙ୍କିଆ କଏନ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏହି ଘୋଷଣା କରିଛି । କଏନ ଉପରେ ନୂଆ ସଂସଦ ଭବନର ଫଟୋ ସହିତ ସଂସଦ ପରିସର ଦେଖିବାକୁ ମିଳିବ । ନୂଆ ସଂସଦ ଭବନର ଉଦ୍ଘାଟନ ୨୮ ମଇ ୨୦୨୩କୁ ହେବ ।
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ନୋଟିଫିକେସନ ମୁତାବକ, ୭୫ ଟଙ୍କିଆ କଏନର ଡାଇମିଟର ୪୪ ମିଟର ରହିବ । ଗୋଲାକାର ଏହି କଏନର ଓଜନ ୩୫ ଗ୍ରାମ । ଏଥିରେ ୫୦ ପ୍ରତିଶତ ରୂପା , ୪୦ ପ୍ରତିଶତ କପର ଓ ୫-୫ ପ୍ରତିଶତ ନିକଲ ଓ ଜିଙ୍କ୍ ରହିଛି। କଏନର ସାମ୍ନା ପଟରେ ଅଶୋକ ସ୍ତମ୍ଭ ଓ ତଳେ ସତ୍ୟମେବ ଜୟତେ ଲେଖା ରହିଛି । ଏହାର ତଳେ ଟଙ୍କାର ମୂଲ୍ୟ ରହିଛି । ଡାହାଣ ଓ ବାମ ପଟେ ଦେବନଗରୀ ଓ ଇଂରାଜୀରେ ଭାରତ ଲେଖା ରହିଛି । କଏନର ଅନ୍ୟ ପଟରେ ନୂଆ ସଂସଦ ଭବନର ଚିତ୍ର ରହିବ। ଏହା ତଳେ ସଂସଦ ପରିସର ଲେଖାଯାଇଛି ।

ସୂଚନାଯୋଗ୍ୟ, ନୂଆ ସଂସଦ ଭବନ ଉଦ୍ଘାଟନ ସମାରୋହରେ ଅତିକମରେ ୨୫ଟି ଦଳ ସାମିଲ ହେବାର ସମ୍ଭାବନା ରହିଛି। ଆଉ ୨୧ ବିପକ୍ଷ ଦଳ ଏହି କାର୍ଯ୍ୟକ୍ରମକୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୮ ତାରିଖରେ ଉଦ୍ଘାଟନ ଉତ୍ସବ ଅପରାହ୍ନ ୧୨ଟାରେ ହେବ । ନୂଆ ସଂସଦ ଭବନରେ ଐତିହାସିକ ରାଜଦଣ୍ଡ ସିଙ୍ଗୋଲ ରଖାଯିବ । ଏହି ସଂସଦ ଭବନକୁ ନିର୍ମାଣ କରିଥିବା ୬୦ ହଜାର ଶ୍ରମିକଙ୍କୁ ଏହି ଉତ୍ସବରେ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ ।
Ministry of Finance to launch a special Rs 75 coin to commemorate the inauguration of the new Parliament building on 28th May. pic.twitter.com/NWnj3NFGai
— ANI (@ANI) May 26, 2023