ଆଜି ଭାରତୀୟ ସେନାଙ୍କ ପରେଡ଼ରେ ପ୍ରଦର୍ଶନ କରାଯାଇଛି ଏହି ବିଶେଷ ଅସ୍ତ୍ର , ୧୯୭୧ ଓ ୧୯୬୫ ମସିହାରେ ହୋଇଥିବା ଯୁଦ୍ଧରେ ପାକିସ୍ତାନକୁ ହରାଇବାରେ ଏହା ସାହାଯ୍ୟ କରିଥିଲା
ଦେଶ ଏହି ବର୍ଷ ପାଳନ କରୁଛି ୭୩ ତମ ଗଣତନ୍ତ୍ର ଦିବସ । ତେଣୁ ଏହି ବର୍ଷର ଗଣତନ୍ତ୍ର ଦିବସକୁ ଭଲ ଭାବେ ପାଳନ କରାଯାଇଛି । ଚଳିତ ବର୍ଷ ରାଜପଥରେ ସ୍ୱାଧୀନତାର ଅମୃତ ପାଳନ କରାଯାଇଛି । ତେବେ ସ୍ୱାଧିନତାର ୭୫ ବର୍ଷ ପରେ ୭୫ ଏୟାରକ୍ରାଫ୍ଟର ଫର୍ମେଶନ ଦେଖିବାକୁ ମିଳିଥିଲା , ଯେଉଁଥିରେ ହେଲିକପ୍ଟର ଏବଂ ସେନାରେ ଅନ୍ତର୍ଭୁକ୍ତ ବିମାନଗୁଡ଼ିକ ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ ୧୯୬୫ ଏବଂ ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟର ଉତ୍ସବ ମଧ୍ୟ ଅମୃତ ମହୋତ୍ସବ ଅଧୀନରେ ରାଜପଥରେ ଦେଖିବାକୁ ମିଳିଥିଲା । ସବୁଠାରୁ ବଡ କଥା ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଯେଉଁ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର କୁ ବ୍ୟବହାର କରାଯାଇଥିଲା ସେ ସବୁକୁ ଆଜି ପ୍ରଦର୍ଶନ କରାଯାଇଛି ।
ଆସନ୍ତୁ ଜାଣିବା ସେହି ସବୁ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବିଷୟରେ ଯାହା ଆମ ଇତିହାସର ଏକ ବିଶେଷ ଅଂଶ ହୋଇସାରିଛି ।
ବ୍ରିଟିସ ସେଞ୍ଚୁରିୟନ ଟ୍ୟାଙ୍କ:
ସର୍ବ ପ୍ରଥମେ ଆସୁଛି ବ୍ରିଟିସ ସେଞ୍ଚୁରିୟନ ଟ୍ୟାଙ୍କ, ଯାହା ୧୯୬୫ ଓ ୧୯୭୧ ମସିହାରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧରେ ବ୍ୟବହାର କରାଯାଇଥିଲା । ଏହା ସେହି ସମୟର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଥିଲା। ଏହା ପାକିସ୍ତାନକୁ ପଛରେ ପକାଇ ଭାରତକୁ ଜିତାଇଥିଲା ଦେଇଥିଲା । ଏହାର ମୁକାବିଲା ମଧ୍ୟ ଅତ୍ୟାଧୁନିକ ଥିଲା । ଏହାର ଓଜନ ହେଉଛି ୫୨ ଟନ ଓ ଲମ୍ବ ହେଉଛି ୯.୮ ମିଟର । ଏଥିରେ ୧୦୫ ଏମଏମ ଏଲ ୭ ଝିରି ଗନ ଲଗାଯାଇଥିଲା । ଏହି ଟ୍ୟାଙ୍କକୁ ୪ ଜଣ ଲୋକ ଚଲାଉଥିଲେ । ଏହାର ବେଗ ଘଣ୍ଟା ପ୍ରତି ୩୫ କିଲୋମିଟର ଓ ଏହା ୪୫୦ କିଲୋମିଟରର ଅପରେସନାଲ ରେଞ୍ଜରେ ଲଢିପାରିବ । ତେବେ ଏହିସେଞ୍ଚୁରିୟନ ଟ୍ୟାଙ୍କ ପାକିସ୍ତାନର ଅନେକ ଟ୍ୟାଙ୍କକୁ ସେହି ସମୟରେ ଧ୍ୱସଂ କରିଥିଲା । ଏହାକୁ ଆଜି ରାଜପଥରେ ପ୍ରଦର୍ଶନ କରାଯାଇଛି ।
OT-62 TOPAS:
ପୋଲାଣ୍ଡ ପିପୁଲ୍ସ ରିପବ୍ଲିକ୍ (ପୋଲାଣ୍ଡ) ଏବଂ ଚେକୋସ୍ଲୋଭାକିଆ ଏହି OT-62 TOPAS ଆମ୍ଫିବିଆସ୍ ବର୍ଗର ଆର୍ମ୍ଡ ପରସନାଲ ଏହି ଅସ୍ତ୍ରକୁ ତିଆରି କରିିଥିଲେ । ଏହା ଆମ୍ଫିବିଆସ୍ ବର୍ଗରେ ରହିବା ହେତୁ ଏହା ଉଭୟ ସ୍ଥଳ ଏବଂ ଜଳରେ ଚଲାଯାଇ ପାରିବ । ୧୯୭୧ ମସହିରେ ହୋଇଥିବା ବସନ୍ତର ଯୁଦ୍ଧରେ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହାର ଓଜନ ହେଉଛି ୧୫ ଟନ । ଏହାର ଲମ୍ବା ହେଉଛି ୭.୧ ମିଟର । ଏଥିରେ ଲାଇଟ ମଧ୍ୟ ଲଗାଯାଇଛି, ଯାହାକି ରାତିରେ ଏହାକୁ ଦିଗ ଦର୍ଶନ ଦେବ । ଏହା ଭାରତୀୟ ସେନାଙ୍କୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, ଭାରତ ଓ ପାକିସ୍ତାନ ଯୁଦ୍ଧ ସମୟରେ । ଯାହା ଦେଖି ପାକିସ୍ତାନର ଶାସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଥିରେ ଦୁଇଜଣ ଡ୍ରାଇଭର, ଜଣେ କମାଣ୍ଡର ଏବଂ ଅନ୍ୟ ୧୬ ଜଣ ରହିପାରିବେ । ଜଳର ଏହା ୧୫୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ।
PT-76:
ଭାସମାନ ଟ୍ୟାଙ୍କ ଭାବରେ ଜଣାଶୁଣା ଏହି ଟ୍ୟାଙ୍କ ସୋଭିଏତ୍ ସଭ୍ୟତାର ଆରମ୍ଭ ହେବା ସମୟରୁ ଆସିଛି । ଏହା ଏମିତି ଏକ ଟ୍ୟାଙ୍କ ଯାହାକି ୧୯୬୫ ଯୁଦ୍ଧରେ ଭାଗ ନେଇଥିଲା । ଏହି ୩୯ ଟନ୍ ବିଶିଷ୍ଟ ହାଲୁକା ଟ୍ୟାଙ୍କରର ଲମ୍ବ ୭.୬୩ ମିଟର । ଏଥିରେ ତିନିଜଣ କ୍ରୁ ସଦସ୍ୟ ରହିପାରିବେ । ଏହି ଟ୍ୟାଙ୍କଟି ୪୪ କିଲୋମିଟର ବେଗରେ ସ୍ଥଳଭାଗରେ ଚାଲିପାରେ । ଏଥିରେ ରାଇଫଲ ବନ୍ଧୁକ ଏବଂ ମେସିନ ବନ୍ଧୁକ ରହିଛି ।
AMX-13:
ଏହି ଫରାସୀ ନିର୍ମିତ ଟ୍ୟାଙ୍କ ୧୯୫୨ ମସିହାରେ ମାର୍କେଟକୁ ଆସିଥିଲା ଓ ଏହାକୁ ୧୯୮୭ ରେ ଯୁଦ୍ଧ ପାଇଁ ବ୍ୟବହାର କରାଯାଇଥିଲା । ଏହି ଟ୍ୟାଙ୍କର ୭୭୦୦ ୟୁନିଟ୍ ତିଆରି କରାଯାଇଥିଲା । ୧୪.୫ ଟନ୍ ଓଜନ ବିଶିଷ୍ଟ ଏହି ଟ୍ୟାଙ୍କରେ କେବଳ ତିନିଜଣ କର୍ମଚାରୀ ରହିପାରିବେ ଏବଂ ଏହାର ଲମ୍ବ ୬.୩୬ ମିଟର । ଏହି ଟ୍ୟାଙ୍କରେ ୧୦୫ ଏମଏମ ବନ୍ଧୁକ ରହିଛି , ଯାହା ଏହି ଟ୍ୟାଙ୍କକୁ ଅତ୍ୟଧିକ ଶକ୍ତିଶାଳୀ କରିଥାଏ। ଏହି ଟାଙ୍କର ପ୍ରତି ଘଣ୍ଟାରେ ୬୦ କିଲୋମିଟର ବେଗରେ ଯାଇପାରେ ଏବଂ ଏଥିରେ ଥିବା ବନ୍ଧୁକ ଏକ ସମୟରେ ହିଁ ପ୍ରାୟ ୩୬୦୦ ରାଉଣ୍ଡ ଗୁଳି ଚଳାଇପାରେ । ପାରିସ୍ତାନର ୱେଷ୍ଟର୍ଣ୍ଣ କମାଣ୍ଡକୁ ଆଟାକ ଏହା ଆଟାକ ରରିଥିଲା ।
ବିଜୟାନ୍ତ:
୧୯୭୧ ଯୁଦ୍ଧରେ ଏହା ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଥିଲା, ଯାହା ଭାରତରେ ନିର୍ମିତ ଏବଂ ଭିକର୍ସ-ମାର୍କ ୧ ଲାଇସେନ୍ସ ପ୍ରାପ୍ତ ଡିଜାଇନ୍ ଉପରେ ଆଧାରିତ ଏହି ଟ୍ୟାଙ୍କର ଡିଜାଇନ ଆଧାରିତ । ବିଜୟାନ୍ତ ଭାରତର ପ୍ରଥମ ସ୍ୱଦେଶୀ ଟ୍ୟାଙ୍କ । ଏହାର ପ୍ରୋଟୋଟାଇପ୍ ଡିଜାଇନ ୧୯୬୩ମ ମସିହାରେ ସରିଥିଲା ଓ ଏହାକୁ ୧୯୬୩ ମସିହା ଡିସେମନ୍ଵର ୨୧ ରେ ଭାରତୀୟ ସେନାରେ ପ୍ରବେଶ କରାଯାଇଥିଲା, କିନ୍ତୁ ଏହାକୁ ୧୯୭୧ ମସିହାରେ ପ୍ରଥମ ଯୁଦ୍ଧରେ ବ୍ୟବହାର କରାଯାଇଥିଲା । ଏହି ଟ୍ୟାଙ୍କ ର ଡିଜାଇନ ଦେଖି ଶତ୍ରୁ ଦେଶମାନେ ମଧ୍ୟ ଡରି ଯାଆନ୍ତି । ଏହାର ଓଜନ ହେଉଛି ୩୯ ଟନ । ବିଜୟାନ୍ତର ଲମ୍ବ ହେଉଛି ୯.୭୮୮ ମିଟର ଏବଂ ଏଥିରେ ଚାରିଜଣ କର୍ମଚାରୀ ରହିପାରିବେ । ଏଥିରେ ଦୁଇଟି ମାଉଣ୍ଟେଡ ବନ୍ଧୁକ ରହିଛି । ଏହି ଟ୍ୟାଙ୍କ ପାକିସ୍ତାନୀ ଟ୍ୟାଙ୍କକୁ ଭାଙ୍ଗି ପୂର୍ବ ପାକିସ୍ଥାନ (ବାଂଲାଦେଶ) ରେ ପାକିସ୍ତାନୀ ସେନାର ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା। ୨୦୦୦ ମସିହାରେ, ଏହି ଟ୍ୟାଙ୍କ ସେନାବାହିନୀରୁ ଅବସର ନେଇଥିଲା, କିନ୍ତୁ ଆଜି ବି ଏହି ଟ୍ୟାଙ୍କରକୁ LoC ରେ ବ୍ୟବହାର କରାଯାଏ ।
T-55 ଟ୍ୟାଙ୍କ:
ଟି-୫୫ ଟ୍ୟାଙ୍କ ମଧ୍ୟ ଏକ ଶକ୍ତିଶାଳୀ ଟ୍ୟାଙ୍କ । ଏହାର ଓଜନ ହେଉଛି ୩୬ ହଜାର କିଲୋ ଓ ଏହାର ଲମ୍ବ ୯ ମିଟର । ଏଥିରେ ଚାରି ଜଣ ଲୋକ ବସିପାରିବେ । ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ, ଭାରତ ଏହି ଟ୍ୟାଙ୍କକୁ ବ୍ୟବହାର କରିଥିଲା । ଏହା ପାକିସ୍ତାନର ଟ୍ୟାଙ୍କକୁ ଧ୍ୱସଂ କରିଥିଲା । ତେବେ ଏହି ସବୁ ଟ୍ୟାଙ୍କକୁ ଆଜି ଦିଲ୍ଲୀ ସ୍ଥିତ ରାଜ ପଥରେ ପ୍ରଦର୍ଶନ କରାଯାଇଛି ।