ଦୁଇଚକିଆ ଯାନ ପଛରେ ବସିଲେ କଟିବ ଚାଲାଣ, ଲାଗୁ ହେଲା ନୂଆ ନିୟମ

ବାଇକ୍‌ କିମ୍ବା ସ୍କୁଟିରେ କେବଳ ଚଲାଇବା ଲୋକ ହିଁ ବସିପାରିବେ। ପଛ ସିଟ୍‌ରେ ବସିଲେ ପୂର୍ବରୁ ୨୫୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ୁଥିବା ବେଳେ ଏବେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। ମାସ୍କ ପିନ୍ଧିବା, ଲକ୍‌ଡାଉନ୍‌ ଉଲ୍ଲଂଘନ କରୁଥିବା ଏବଂ ଦୁଇ ଚକିଆ ଯାନରେ ଜଣେ ଲେଖାଏଁ ବସିବାକୁ ଅନୁମତି ସମ୍ବନ୍ଧୀୟ ଅଧିସୂଚନା ମହାମାରୀ ନିୟନ୍ତ୍ରଣ ଆକ୍ଟ ଅନୁସାରେ ଏହି ନିୟମ ଜାରି କରାଯାଇଛି। ଏନେଇ ଉତ୍ତର ପ୍ରଦେଶର ଚିକିତ୍ସା ଓ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ଅମିତ ମୋହନ ପ୍ରସାଦ ସୂଚନା ଦେଇଛନ୍ତି।

Helmetless pillion riders, take it easy for 15 days | Deccan Heraldଅମିତ ମୋହନ କହିଛନ୍ତି ଯେ ମହାମାରୀ ନିୟନ୍ତ୍ରଣ ଆକ୍ଟ ଅନୁସାରେ ଜାରି କରାଯାଇଥିବା ଅଧିସୂଚନା ଅନୁସାରେ ଦୁଇଚକିଆ ଯାନକୁ କେବଳ ଜଣେ ହିଁ ଚଲାଇପାରିବେ। ପଛରେ ବସିବାକୁ କାହାରିକୁ ବି ଅନୁମତି ଦିଆଯାଇନାହିଁ। ଦୁଇଚକିଆ ଯାନରେ ପଛପଟେ ଆଉ ଜଣେ ବସିଲେ ପ୍ରଥମ ଥର ୨୫୦ ଟଙ୍କା,ଦ୍ୱିତୀୟ ଥର ୫୦୦ ଟଙ୍କା, ତୃତୀୟ ଥର ୧୦୦୦ ଟଙ୍କା ଓ ତା’ପରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ନିୟମ କରାଯାଇଛି।

Helmet for pillion riders to be made mandatory in Vizag - The Hinduଏଥିରେ ମଧ୍ୟ କେତେକ ଛାଡ଼ କରାଯାଇଛି। ଯଥା: ଯଦି ମହିଳା ଗାଡ଼ି ଚଲାଇ ଜାଣନ୍ତି ନାହିଁ ତେବେ ସେ ଘରର କୌଣସି ସଦସ୍ୟଙ୍କ ସହ ବସିକି ଅଫିସ ଯିବା ପାଇଁ ମାଜିଷ୍ଟ୍ରେଟଙ୍କ ଅନୁମତି ନେଇ ପାରିବେ। ପଛରେ ବସିଥିବା ମହିଳାଙ୍କ ପାଇଁ ହେଲମେଟ୍‌, ମାସ୍କ ଓ ଗ୍ଲୋଭସ୍‌ ପିନ୍ଧିବା ଅନିବାର୍ଯ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.