ପୁଣି ଏକ ରେଳ ଦୁର୍ଘଟଣା । ଉତ୍ତରପ୍ରଦେଶର ଗୋଣ୍ଡା ଠାରେ ଲାଇନଚ୍ୟୁତ ହେଲା ଏକ୍ସପ୍ରେସ ଟ୍ରେନ । ଚଣ୍ଡିଗଡ଼- ଦିବ୍ରୁଗଡ଼ ଏକ୍ସପ୍ରେସର ଚାରିଟି ଏସି କୋଚ ଓ ଅନ୍ୟ ୬ଟି ବଗି ଡିରେଲ ହୋଇଛି । ଗୋଣ୍ଡା ଓ ଝିଲାହୀ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ମୃତାହତଙ୍କ ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଏଥିରେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ରିଲିଫ ଅପରେସନ ଆରମ୍ଭ କରିଛନ୍ତି। ରେଲୱେ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।