ଚଣ୍ଡୀଗଡ : କୋର୍ଟ ପରିସରରେ ଜ୍ୱାଇଁକୁ ଗୁଳିମାରିଲା ଶଶୁର, ଜ୍ୱାଇଁ ମୃତ

ଚଣ୍ଡୀଗଡ କୋର୍ଟ କମ୍ପ୍ଲେକ୍ସରେ ଗୁଳିକାଣ୍ଡ । ପଞ୍ଜାବ ପୋଲିସର ପୂର୍ବତନ ଏଆଇଜି ଜ୍ୱାଇଁକୁ ଗୁଳି କରି ହତ୍ୟା କରାଯାଇଛି । କୋର୍ଟରେ ଗୁଳିକାଣ୍ଡ ଯୋଗୁଁ ହଇଚଇ ସୃଷ୍ଟି ହୋଇଥିଲା । କୋର୍ଟରେ ଦୁଇଟି ପରିବାର ପକ୍ଷରୁ ହୋଇଥିବା ବିବାଦର ସମାଧାନ ଚାଲିଥିବା ବେଳେ ଏଭଳି ଘଟଣା ଘଟିଛି ।

ଚଣ୍ଡୀଗଡ ଜିଲ୍ଲା କୋର୍ଟରେ ପଞ୍ଜାବର ପୂର୍ବତନ ଏଆଇଜି ଜ୍ୱାଇଁକୁ ଗୁଳି ମାରି ହତ୍ୟା କରିଛନ୍ତି । ମୃତ ଜ୍ୱାଇଁ ହେଉଛି ଜଣେ ଆଇଆରଏସ ଅଧିକାରୀ । ଦୁଇ ପକ୍ଷରୁ ହୋଇଥିବା ବିବାଦକୁ ନେଇ ଫ୍ୟାମିଲ କୋର୍ଟରେ ମାମଲା ଚାଲିଥିଲା । ଏହି ସମୟରେ ଅଭିଯୁକ୍ତ ବାଥରୁମ ଯିବାକୁ କହିଥିଲେ । ଜ୍ୱାଇ ରାସ୍ତା ଦେଖାଇବାକୁ କହିଥିଲେ । ଦୁହେଁ କୋର୍ଟ ରୁମରୁ ବାହାରକୁ ଯିବା ପରେ ଶଶୁର ନିଜ ବନ୍ଧୁକରେ ୫ ଥର ଫାୟାରିଂ କରିଥିଲେ । ଏଥିରୁ ୨ଟି ଗୁଳି ଜ୍ୱାଇଁକୁ ବାଜିଥିଲା । ଅନ୍ୟ ଗୁଳି କବାଟରେ ବାଜିଥିଲା ।

ଗୁଳି ଶବ୍ଦ ଶୁଣି କୋର୍ଟରେ ହଇଚଇ ସୃଷ୍ଟି ହୋଇଥିଲା । ଆହତ ଜ୍ୱାଇଁକୁ ତୁରନ୍ତ ହସପିଟାଲ ନେଉଥିବା ବେଳେ ବାଟରେ ଜୀବନ ଚାଲିଯାଇଥିଲା । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ଏହାପରେ ପୋଲିସ ମାମଲାର ଯାଞ୍ଚ କରୁଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.