ପୁଣି ଗାଦିକୁ ଫେରିଲେ କେ. ଚନ୍ଦ୍ରଶେଖର ରାଓ, ଦ୍ବିତୀୟ ଥର ପାଇଁ ସମ୍ଭାଳିବେ ତେଲଙ୍ଗାନାରେ ଶାସନ ଭାର

ତେଲଙ୍ଗାନା : ତେଲଙ୍ଗାନାରେ ପୁଣି ଟିଆର୍‌ଏସ୍‌ ସରକାର । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କେ. ଚନ୍ଦ୍ରଶେଖର ରାଓ । ରାଜ୍ୟପାଳ ଇଏସଏଲ୍‌ ନରସିଂହା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହ ବିଧାନ ପରିଷଦ ସଭ୍ୟ ମହମ୍ମଦ ମେହମୁଦ ଅଲ୍ଲୀ ଏକମାତ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବ ସରକାରରେ ଅଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ଥିଲେ। ଆସନ୍ତା ସପ୍ତାହକ ମଧ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ଶପଥ ଗ୍ରହଣ ପରେ କହିଛନ୍ତି କେସିଆର।

ବାସ୍ତୁ ଓ ଭବିଷ୍ୟବାଣୀରେ ବିଶ୍ୱାସ ରଖୁଥିବା କେସିଆର ଶପଥ ଗ୍ରହଣ ପୂର୍ବରୁ ଭୋଙ୍ଗିର ଜିଲ୍ଲା ୟାଦଗିରିଗୁଟ୍ଟାର ଲକ୍ଷ୍ମୀନାରାୟଣ ମନ୍ଦିର ଦର୍ଶନ କରିଥିଲେ। ମନ୍ଦିରର ପଣ୍ଡିତ ମାନେ ଧାର‌୍ୟ୍ୟ କରିଥିବା ମାହେନ୍ଦ୍ର ବେଳା ଠିକ ଦିନ ଗୋଟାଏ ୨୫ମିନିଟରେ ଶପଥ ଗ୍ରହଣ କରିଥିଲେ। ୧୧୯ ଆସନ ବିଶିଷ୍ଟ ବିଧାନସଭାରେ ୮୮ ଆସନ ପାଇ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି ଟିଆରଏସ୍‌ । କେସିଆର ସିଦ୍ଧିପେଟର ଗଜୱେଲ ନିର୍ବାଚନ ମଣ୍ଡଳୀରୁ ୫୮ହଜାର ୨୯୦ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.