ଚନ୍ଦ୍ରାୟାଣ-୨ ମିଶନକୁ ପ୍ରାୟ ୪୦ ଘଣ୍ଟା ବାକି, ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢିବ ଭାରତ

ଚନ୍ଦ୍ରାୟାଣ-୨ ମିଶନକୁ, ପ୍ରାୟ ୪୦ ଘଣ୍ଟା ବାକି। ମିଶନକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି, ଉତ୍କଣ୍ଠା ବଢିଛି। ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢିବ ଭାରତ। ଚନ୍ଦ୍ରଯାନ-୧, ଚନ୍ଦ୍ର ଚାରିପଟେ ବୁଲିଥିଲା, ଏବେ ଚନ୍ଦ୍ରପୃଷ୍ଠରେ ଅବତରଣ ଲକ୍ଷ୍ୟ। ନୂଆ ଇତିହାସ ସୃଷ୍ଟି ପଥରେ ଇସ୍ରୋ।

ଚନ୍ଦ୍ରାୟାଣ-୨। ବିଶ୍ୱର ପ୍ରଥମ ସ୍ପେସ୍‌ ମିଶନ, ଯାହା ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ କରିବ। ଭାରତର ନିଜସ୍ୱ ଜ୍ଞାନ କୌଶଳ ଜରିଆରେ ଚନ୍ଦ୍ରରେ ଅବତରଣ କରିବ ଲ୍ୟାଣ୍ଡର। ଚନ୍ଦ୍ରରେ ଅବତରଣ କରିବାରେ ଭାରତ ହେବ ଚତୁର୍ଥ ଦେଶ। ଜୁଲାଇ ୧୫କୁ ରହିଛି ସମସ୍ତଙ୍କ ଅପେକ୍ଷା। ଭୋର ୨ଟା ୫୧ରେ ରହିଛି ଉତ୍‌କ୍ଷେପଣ। ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରରେ ପହଞ୍ଚିବ ଯାନ।

chandrayanGSLV Mk-III ଜରିଆରେ ସ୍ପେସ୍‌କ୍ରାଫ୍ଟ ଚନ୍ଦ୍ରାଯାନ -୨ କକ୍ଷ ପଥରେ ପହଞ୍ଚିବ। GSLV Mk-III ରକେଟ୍‌ ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମିତ। ଇସ୍ରୋ ବୈଜ୍ଞାନିକ ଏହାର ଡାକ ନାଁ ଫ୍ୟାଟ୍‌ ବଏ ରଖିଛନ୍ତି। ତେଲୁଗୁ ମିଡିଆରେ ବାହୁବଳି ନାଁରେ ଲୋକପ୍ରିୟ ହୋଇଛି। ରକେଟର ତିନିଟି ଷ୍ଟେଜ୍‌। ପ୍ରଥମ ଷ୍ଟେଜ୍‌ ସଲିଡ ରକେଟ୍‌ ବୁଷ୍ଟର, ଦ୍ୱିତୀୟ ଷ୍ଟେଜ୍‌ ଲିକ୍ୟୁଡ୍‌ ଷ୍ଟେଜ୍‌ ଓ ତୃତୀୟ, କ୍ରାୟୋଜେନିକ ଅପର ଷ୍ଟେଜ୍‌।

ରକେଟଟି ପ୍ରଥମେ ପୃଥିବୀର କକ୍ଷ ପଥ ଚାରିପଟେ ବୁଲି ବୁଲି ଏହା ଧିରେ ଧିରେ ଉପରକୁ ଉଠି ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ। ଅରବିଟର ଚନ୍ଦ୍ରର କକ୍ଷପଥରେ ପହଞ୍ଚିିବା ପରେ, ବର୍ଷେ ଯାଏ ଚନ୍ଦ୍ର ଚାରିପଟେ ବୁଲିବ। ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ। ୧୪୭୧ କିଲୋଗ୍ରାମର ଲ୍ୟାଣ୍ଡର ମଞ୍ଜିନସ C ଏବଂ ସିମ୍ପିଲିୟସ N, ଏ ଦୁଇଟି ଗର୍ତ୍ତର ମଧ୍ୟବର୍ତ୍ତି ଅଂଚଳରେ ଅବତରଣ କରିବ। ଏହାର କାର୍ଯ୍ୟକାଳ ଗୋଟିଏ ଲୁନାର ଡେ, ଅର୍ଥାତ ୧୪ ଦିନ। ବିକ୍ରମ ଭିତରୁ ବାହାରି ଚନ୍ଦ୍ରପୃଷ୍ଟରେ ଅନୁଧ୍ୟାନ କରି ରୋଭର ପ୍ରଜ୍ଞାନ। ଛଅ ଚକିଆ ଏହି ରୋଭର ୫ଶହ ମିଟର ଯାଇ ପାରିବ। ୧୮ ସେପ୍ଟେମ୍ବର ୨୦୦୮ରେ ଚନ୍ଦ୍ରାୟଣ ମିଶନକୁ ମଂଜୁରୀ ମିଳିଥିଲା। ଆସନ୍ତା ୧୫ତାରିଖରେ ଅଭିଯାନ ଆରମ୍ଭ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.