ବୈଷୟିକ ତ୍ରୁଟି ପାଇଁ ସ୍ଥଗିତ ରହିଲା ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୨

ଆନ୍ଧ୍ରପ୍ରଦେଶ(କେନ୍ୟୁଜ୍): ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୨କୁ ଝଟକା। ସ୍ଥଗିତ ରହିଲା ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୨। ଜିଏସଏଲ୍‌ଭି ଏମକେ ଥ୍ରୀର ରକେଟରେ ଅଚାନକ ବୈଷୟିକ ତ୍ରୁଟି ଦେଖାଯିବା ପରେ ଏହାକୁ ସ୍ଥଗିତ ରଖାଯାଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ -ଇସ୍ରୋର ମୁଖପାତ୍ର ବିଆର ଗୁରୁପ୍ରସାଦ କହିଛନ୍ତି। ଆଗାମୀ କିଛିଦିନ ମଧ୍ୟରେ ପରବର୍ତ୍ତୀ ଉତ୍‌କ୍ଷେପଣ ତାରିଖ ଘୋଷଣା କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ରକେଟର ଲଞ୍ଚ୍‌ର ୫୬.୨୪ ସେକେଣ୍ଡ ପୂର୍ବରୁ ଚନ୍ଦ୍ରାୟନ-୨ କାଉଣ୍ଟଡାଉନ ଦିଆଯାଇଥିଲା। କିନ୍ତୁ ଅନ୍ତିମ ମୁହୁର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଛି। ବୈଷୟିକ ତ୍ରୁଟିର କାରଣ ଜାଣିବାକୁ ଉଦ୍ୟମ ଚଳାଇଛନ୍ତି ବୈଜ୍ଞାନିକ। କାଉଣ୍ଟଡାଉନ ଆରମ୍ଭ ହେବା ମାତ୍ରେ ମିଡିଆ ଗ୍ୟାଲେରୀ ଓ ଭିଜିଟର ଗ୍ୟାଲେରୀର ଲାଇଭ ସ୍କ୍ରିନିଂକୁ ବନ୍ଦ କରିଦିଆଯାଇଥିଲା। ଏହି ତ୍ରୁଟି ଦ୍ୱାରା ଇସ୍ରୋର ବୈଜ୍ଞାନିକଙ୍କ ୧୧ବର୍ଷର ଅଦ୍ୟମ ଚେଷ୍ଟାକୁ ଧକ୍କା ଲାଗିଛି। ଆନ୍ଧ୍ର ପ୍ରଦେଶ ଶ୍ରୀହରି କୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସୋମବାର ରାତି ୨ଟା ୫୧ ମିନିଟରେ ଏହାର ଉତ୍‌କ୍ଷେପଣ ହେବାକୁ ସ୍ଥିର ହୋଇଥିଲା। ମାନବ ବିହୀନ ଚନ୍ଦ୍ରାୟନ ଯାନର ଓଜନ ୩.୮ଟନ ରହିଥିଲା। ଇସ୍ରୋର ଏହି ମହତ୍ୱାକାଂକ୍ଷୀ ମିସନକୁ ନେଇ ଦେଶରେ ବିପୁଳ ଉତ୍ସାହ ଦେଖାଯାଇଥିବା ବେଳେ ଅନ୍ତିମ ମୁହୂର୍ତ୍ତରେ ଯାନ୍ତ୍ରିକ ତ୍ରୁଟି ଅନେକଙ୍କୁ ନିରାଶ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.