ଆଜି ଚନ୍ଦ୍ରଯାନ-୩ ଉତ୍କ୍ଷେପଣ, ଅପରାହ୍ଣ ୨ଟା ୩୫ ମିନିଟରେ ଇସ୍ରୋର ଚନ୍ଦ୍ରଯାତ୍ରା ଆରମ୍ଭ
ଭାରତର ତୃତୀୟ ମୁନ ମିସନ ପାଇଁ ଚାଲିଛି କାଉଣ୍ଟଡାଉନ ଚନ୍ଦ୍ରଯାନ-୩ । ସମସ୍ତ ପରୀକ୍ଷାନିରୀକ୍ଷା ଏବଂ ପ୍ରସ୍ତୁତି ଶେଷ ହୋଇଛି। ଅପରାହ୍ଣ ୨ଟା ୩୫ ମିନିଟରେ ଅନ୍ତରୀକ୍ଷକୁ ଯାତ୍ରା କରିବ ସ୍ପେସକ୍ରାଫ୍ଟ ଚନ୍ଦ୍ରଯାନ - ୩ ।

ନୂଆଦିଲ୍ଲୀ : ପାଖେଇଲା ଭାରତର ତୃତୀୟ ମୁନ ମିଶନର ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ଆଜି ଇସ୍ରୋର ଚନ୍ଦ୍ରଯାତ୍ରା। ଭାରତର ତୃତୀୟ ମୁନ ମିସନ ପାଇଁ ଚାଲିଛି କାଉଣ୍ଟଡାଉନ ଚନ୍ଦ୍ରଯାନ-୩ । ସମସ୍ତ ପରୀକ୍ଷାନିରୀକ୍ଷା ଏବଂ ପ୍ରସ୍ତୁତି ଶେଷ ହୋଇଛି। ଅପରାହ୍ଣ ୨ଟା ୩୫ ମିନିଟରେ ଅନ୍ତରୀକ୍ଷକୁ ଯାତ୍ରା କରିବ ସ୍ପେସକ୍ରାଫ୍ଟ ଚନ୍ଦ୍ରଯାନ – ୩ । ଶ୍ରୀହରିକୋଟା ସତିସ ଧାଓ୍ଵନ ସ୍ପେସ୍ ସେଣ୍ଟରର ୨ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଉତକ୍ଷେପଣ ହେବ।
ଇସ୍ରୋର ବାହୁବଳୀ ରକେଟ୍ – ଲଞ୍ଚ ଭେହିକିଲ Mark- III, ଚନ୍ଦ୍ରଯାନ-୩କୁ ମହାକାଶକୁ ନେବ। ୧୭୦ x ୩୬ହଜାର ୫୦୦ ବର୍ଗକିଲୋମିଟର ପରିଧି ବିଶିଷ୍ଟ ଏଲିପ୍ଟିକାଲ ପାର୍କିିଂ ଅର୍ବିିଟରେ ଏହାକୁ ଅବସ୍ଥାପିତ କରିବ। ଏଠାରୁ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ସ୍ପେସକ୍ରାଫ୍ଟ। ଚନ୍ଦ୍ରାୟନ-୨ର ତ୍ରୁଟି ସଂଶୋଧନ ହୋଇଛି ଚନ୍ଦ୍ରାୟନ-୩ରେ। ଏଥିରେ ରହିଛି ରୋଭର ଓ ଲ୍ୟାଣ୍ଡର। ସବୁ ଠିକଠାକ ରହିଲେ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ତ୍ରିରଙ୍ଗା ଉଡ଼ାଇବ ଚନ୍ଦ୍ରଯାନ-୩ ।