ଚନ୍ଦ୍ରଯାନ-୪କୁ କ୍ୟାବିନେଟ୍ ମୋହର, ୩୬ ମାସ ମଧ୍ୟରେ ନିର୍ମାଣ ହେବ ଏହି ସ୍ପେସକ୍ରାଫ୍ଟ

ଚନ୍ଦ୍ରଯାନର-୩ର ଐତିହାସିକ ସଫଳତା ପରେ ମିସନ ଚନ୍ଦ୍ରଯାନ-୪ ।  ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବାଜିଲା ମୋହର ।  ୩୬ ମାସରେ ୨ହଜାର ୧୦୪ କୋଟି ବ୍ୟୟରେ ନିର୍ମିତ ହେବ ।  ଚନ୍ଦ୍ରଯାନ-୩ ଭଳି ଚନ୍ଦ୍ରରେ ରହିବନି ଚନ୍ଦ୍ରଯାନ-୪ ।  ଚନ୍ଦ୍ରରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରିବ ।  ପୃଥବୀର ଯମଜ କୁହାଯାଉଥିବା ରହସ୍ୟମୟ ଶୁକ୍ର ଗ୍ରହର ରହସ୍ୟ ଭେଦ କରିବ ଭାରତ। ଭେନସ ଅରବିଟର ମିସନକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି ।  ପ୍ରକଳ୍ପରେ ଖର୍ଚ୍ଚ ହେବ ୧୨୩୬ କୋଟି ।  ୨୦୨୮ ମାର୍ଚ୍ଚରେ ଲଞ୍ଚ୍ ପାଇଁ ରହିଛି ଟାର୍ଗେଟ୍ । ଚନ୍ଦ୍ରଯାନ-୩ର ଐତିହାସିକ ସଫଳ ଅବତରଣ ପରେ ଚନ୍ଦ୍ରଯାନ-୪।

୩୬ ମାସ ମଧ୍ୟରେ ନିର୍ମାଣ ହେବ ଏହି ସ୍ପେସକ୍ରାଫ୍ଟ ।   ଚନ୍ଦ୍ରଯାନ-୪ କୁ ସେହିଭଳି ବୈଜ୍ଞାନିକ ଜ୍ଞାନକୌଶଳରେ ନିର୍ମିତ କରାଯିବ ।  ଚନ୍ଦ୍ରଯାନ-୪ ପ୍ରକଳ୍ପରେ ଖର୍ଚ୍ଚ ହେବ ୨ହଜାର ୧୦୪ କୋଟି। ଭାରତ ଗୋଟିଏ ପରେ ଗୋଟିଏ ମହାକାଶ ମିଶନ ବଢ଼ାଇ ଚାଲିଛି। ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି ଭାରତ। ଏହି ମିସନ ପୂର୍ବରୁ ଚନ୍ଦ୍ରଯାନ-୪ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ । ଚନ୍ଦ୍ରକୁ ମାନବ ପ୍ରେରଣ ପୂର୍ବରୁ ୨୦୩୫ ସୁଦ୍ଧା ଇଣ୍ଡିଆନ ସ୍ପେସ୍ ଷ୍ଟେସନ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ।

ଚନ୍ଦ୍ର ପରେ ଭାରତର ମିସନ ଶୁକ୍ର ।  ଶୁକ୍ର ଗ୍ରହ ଉପରେ ଗବେଷଣା କରିବ ଭାରତ ।  ଏଥିପାଇଁ ଭେନସ ଅରବିଟର ମିଶନ୍ -VOMକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।  ଶୁକ୍ରର ବହଳ ବାୟୁମଣ୍ଡଳ, ଏହା ଉପରେ ସୂର୍ଯ୍ୟ କିରଣର ପ୍ରଭାବ ଏବଂ ଏହାର ଭୂତତ୍ତ୍ବ ଉପରେ ଅନୁଧ୍ୟାନ ପାଇଁ ଭାରତର ଭେନସ ଅରବିଟର ମିଶନ । ଏହି ମିଶନରେ ଭେନସ ଅରବିଟକୁ ପଠାଯିବ ସ୍ପେସକ୍ରାଫ୍ଟ । ଏହି ପ୍ରକଳ୍ପରେ ଖର୍ଚ୍ଚ ହେବ ୧୨୩୬ କୋଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like