ଆଜି ରାତି ଗୋଟାଏ ତିରିଶରୁ ଦୁଇଟା ତିରିଶ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ ଆରମ୍ଭ କରିବ ଲ୍ୟାଣ୍ଡର ବିକ୍ରମ, ଦେଖନ୍ତୁ ଇସ୍ରୋ ପକ୍ଷରୁ ଜାରି ହୋଇଥିବା ଏହି ନୂଆ ଭିଡିଓ

କେନ୍ୟୁଜ୍: ଆଜି ରାତି ଗୋଟାଏ ତିରିଶରୁ ଦୁଇଟା ତିରିଶ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ ଆରମ୍ଭ କରିବ ଲ୍ୟାଣ୍ଡର ବିକ୍ରମ । ଏହା ପୂର୍ବରୁ ଗତକାଲି ରାତିରେ ଇସ୍ରୋ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ଇସ୍ରୋ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂକୁ ବିସ୍ତାର ଭାବେ ବୁଝାଯାଇଛି । କିପରି ଦିନ ରାତି ଏକ କରି ବିକ୍ରମକୁ ତିଆରି କରିଛନ୍ତି ବୈଜ୍ଞାନିକ । ବିକ୍ରମ୍‌କୁ ଏପରି ତିଆର କରାଯାଇଛି, ବିନା କୌଣସି ଆଘାତରେ ଚନ୍ଦ୍ରରେ ଅବତରଣ ପାଇଁ ପ୍ରସ୍ତୁତ ଅଛି । ବିକ୍ରମ ଲ୍ୟାଣ୍ଡରେ ତିନିରୁ ଚାରିଟି କ୍ୟାମେରା ଓ ସେନ୍‌ସର ସମେତ ଅନେକ ଉପକରଣ ସୁରକ୍ଷା ଓ ପରିଚାଳନା ପାଇଁ ରଖାଯାଇଛି । ଲ୍ୟାଣ୍ଡର ସମ୍ମୁଖ ଅଂଶର ତଳ ଆଡକୁ ଲ୍ୟାଣ୍ଡର ପଜିସନ ଡିଟେକ୍ସନ କ୍ୟାମେରା LHDC ଲଗାଯାଇଛି । ଏହା ଦ୍ୱାରା ଲ୍ୟାଣ୍ଡର ଲ୍ୟାଣ୍ଡ କରିବା ପୂର୍ବରୁ ଚନ୍ଦ୍ର ସଂପର୍କରେ ଜାଣିପାରିବ । ଫଳରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଲ୍ୟାଣ୍ଡରକୁ ସହଜ ହେବ ।

video courtesy: ISRO

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.