ଜୁଲାଇ ୧ରୁ ଲାଗୁ ହେବ ନୂଆ ଅପରାଧିକ ଆଇନ ଧାରା, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ
ଦେଶରେ ଜୁଲାଇ ୧ ତାରିଖରୁ ନୂଆ ଅପରାଧିକ ଆଇନ ଧାରା ଲାଗୁ ହେଉଛି । ଆଇପିସି ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, ସିଆରପିସି ବଦଳରେ ଭାରତୀୟ ସୁରକ୍ଷା ସଂହିତା ୨୦୨୩, ଇଣ୍ଡିଆନ ଆକ୍ସିଡେଣ୍ଟ ଆକ୍ଟ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଲାଗୁ ହେବ ।
ସଂସଦର ଦୁଇ ଭବନରେ ୩ ସଂଶୋଧିତ ଅପରାଧିକ ଆଇନ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁର କରିଥିଲେ । ଭାରତ ସରକାର ଏହି ଆଇନକୁ ଜୁଲାଇ ୧ ତାରିଖରୁ ଲାଗୁ ହେବ ।
ନୂଆ ଆଇନ ଧାରା ଲାଗୁ ନେଇ ପୋଲିସକୁ ଏସପିଓମାନେ ପିପିଟି ଓ ବୁକଲେଟ ଜରିଆରେ ଟ୍ରେନିଂ ଦିଆଯାଇଛି । ବୁକଲେଟ ସହାୟତାରେ ପୋଲିସ କର୍ମୀ ନୂଆ ଧାରା ବିଷୟରେ ଜାଣିପାରିବେ । ଏହାପରେ ଯଦି କାହାକୁ ଅସୁବିଧା ହେଉଛି, ତେବେ ତାଙ୍କ ସମସ୍ୟାର ସାମାଧାନ କରାଯିବ ।
ନୂଆ ସଂଶୋଧିକ ଆଇନ ଅନୁଯାୟୀ, ଠକେଇ ଏବଂ ବିଶ୍ୱାସଘାତକତା କରିବା ମାମଲାକୁ ୪୨୦ ଧାରା ଅନୁସାରେ କେସ୍ ଦାୟର କରାଯାଉଥିଲା, ଯାହାକୁ ଏବେ ୩୧୮(୪) ଧାରା ଅନୁଯାୟୀ ଦାୟର କରାଯିବ । ଡକାୟତି ପାଇଁ ୩୯୫ ଧାରା ବଦଳରେ ୩୧୦ ହେବ।
ସେହିପରି ଆଇପିଏସ ୩୦୨ ଧାରା ବଦଳରେ ୧୦୩ ଧାରା ଅନୁଯାୟୀ ଦାୟର ହେବ ।
୧୪୪ ଧାରା ବଦଳରେ ୧୮୭ ଧାରା ଅଧିନରେ ମାମଲା ଦାୟର ହେବ । ଚୋରି ଧାରା
ଭାରତ ସରକାରଙ୍କ ବିପକ୍ଷରେ ଯୁଦ୍ଧ, ଯୁଦ୍ଧ କରିବାର ଚେଷ୍ଟା, ଉସୁକାଇବା ପାଇଁ ୧୨୧ ଧାରା ଲଗାଯାଉଥିଲା । ଯାହାକୁ ଏବେ ୧୪୬ ଧାରା ଅଧିନରେ ଦାୟର କରାଯିବ ।
ଚୋରି ଧାରା ୩୭୮ ବଦଳରେ ୩୦୩(୧) ଅଧିନରେ ମାମଲା ଦାୟର ହେବ ।
ମାନହାନୀ ପାଇଁ ୪୯୯ ଧାରା ବଦଳରେ ନୂଆ ଆଇନ ୩୫୪ ଅନ୍ତର୍ଗତ ଦାୟର କରାଯିବ ।
ଦୁଷ୍କର୍ମ ପାଇଁ ଧାରା ୩୭୬(୧) ବଦଳରେ ଏବେ ୬୪(୧) ଧାରା ଅନୁଯାୟୀ ଦଣ୍ଡବିଧାନ ଶୁଣାଯିବ । ଧାରା ୭୦ ଅନୁଯାୟୀ ଗଣଦୁଷ୍କର୍ମ ମାମଲା ରୁଜୁ ହେବ ।
୨୦୨୩ ଡିସେମ୍ବର ୨୧ରେ ସଂସଦର ଉଭୟ ଗୃହରେ ଏହା ପାରିତ ହେବା ପରେ ଡିସେମ୍ବର ୨୫ତାରିଖରେ ରାଷ୍ଟ୍ରପତିଙ୍କ ମଞ୍ଜୁର ଲାଭ କରି ଏହା ଆଇନରେ ପରିଣତ ହୋଇଥିଲା । ଭାରତୀୟ ନ୍ୟାୟ ସଂହିତାରେ ୨୧ ନୂଆ ଅପରାଧକୁ ସାମିଲ କରାଯାଇଛି । ଏହାସହ ୪୧ ଅପରାଧ ପାଇଁ ଦଣ୍ଡାଦେଶର ଅବଧିକୁ ବୃଦ୍ଧି କରାଯାଇଛି ।