ପଞ୍ଜାବରେ ଘଡିକେ ଘୋଡ଼ା ଛୁଟୁଛି, ଚରଣଜିତ୍‌ ସିଂହ ଚନ୍ନି ହେବେ ପଞ୍ଜାବ ନୂଆ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ ଚନ୍ନି । ତାଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଚରଣଜିତଙ୍କୁ ପଞ୍ଜାବ କଂଗ୍ରେସ ବିଧାୟକ ଦଳ ନେତା ମନୋନୀତ କରାଯାଇଛି । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଦଳିତ ଚେହେରା ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରିଛି କଂଗ୍ରେସ । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ଜଣାଇଛନ୍ତି ଚରଣଜିତ ସିଂହ ଚନ୍ନି । ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ।

୨୦୦୭ରୁ ଚମ୍‌କୌର ସାହିବ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ଚରଣଜିତ ସିଂହ ଚନ୍ନି । ଅମରିନ୍ଦର ସରକାରରେ ସେ ବୈଷୟିକ ଶିକ୍ଷା ମନ୍ତ୍ରୀ ଦାୟିତ୍ୱରେ ଥିଲେ । ୨୦୧୫ରେ ସେ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇଥିଲେ । ପୂର୍ବରୁ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ସୁଖଜିନ୍ଦର ସିଂ ରାନ୍ଧୱାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଦଳିତ କାର୍ଡ ଖେଳିଛି ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.