ମୁମ୍ବାଇ ଘାଟକୋପରରେ ଚାଟାର୍ଡ଼ ପ୍ଳେନ୍ ର୍ଦୁଘଟଣା , ପାଇଲଟ ସମେତ ୫ ମୃତ

ମୁମ୍ବାଇ : ଆର୍ଥିକ ରାଜଧାନୀ ମୁମ୍ବାଇ ସ୍ଥିତ ଘାଟକୋପରରେ କିଛି ସମୟ ପୂର୍ବେ ଏକ ଚାଟାର୍ଡ଼ ପ୍ଲେନ୍ ଦୁର୍ଘଟଣା ଘଟିଛି। ଜନଗହଳି ଅଞ୍ଚଳରେ ଦୁର୍ଘଟଣା ଘଟିଥିବାରୁ ଅଧିକ ମାତ୍ରାରେ କ୍ଷତି ଘଟିଥିବାର ସୂଚନା ମିଳିଛି। ଘଟଣାସ୍ଥଳରେ ତୁରନ୍ତ ୫ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ନିୟନ୍ତ୍ରିତ କରିଥିଲେ । ବିମାନରେ ୭-୮ ଜଣ ରହିଥିବା ବେଳେ ପାଇଲଟ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଏନଡ଼ିଆରଏଫ୍ ଦଳ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ନିୟୋଜିତ ରହିଛି।

Leave A Reply

Your email address will not be published.